Thursday, October 15, 2026
ADVERTISEMENT
Home ଆଞ୍ଚଳିକ ବ୍ରହ୍ମପୁର ଜଗଦଳପୁରରେ ସୁକନ୍ୟା ଯୋଜନା ଉପରେ ସଚେତନତା ସୃଷ୍ଟି l

ବ୍ରହ୍ମପୁର ଜଗଦଳପୁରରେ ସୁକନ୍ୟା ଯୋଜନା ଉପରେ ସଚେତନତା ସୃଷ୍ଟି l

198
ADVERTISEMENT

ଜଗଦଳପୁର,୨୨/୩(ଇ ରଞ୍ଜନ):-ବ୍ରହ୍ମପୁର ନିକଟବର୍ତ୍ତୀ ଜଗଦଳପୁର ପଂଚାୟତ ପରିସରରେ ଆଙ୍କୁଶପୁର ବୃନ୍ଦାବନ ବିହାର ଏସବିଆଇ ତରଫରୁ ସରପଞ୍ଚ କ୍ରାନ୍ତି କୁମାରୀ ଦେବୀଙ୍କ ତତ୍ତ୍ୱlବଧାନରେ ବ୍ୟାଙ୍କ ଟିମ ଜରିଆରେ ଶିଶୁ କନ୍ୟା ଯୋଜନା ସମ୍ପର୍କିତ ଉପରେ ସଚେତନତା ସୃଷ୍ଟି ହୋଇଥିଲା l ଏହି ସଚେତନତା ସମସ୍ତ ଅଙ୍ଗନବାଡି, ଆଶା,ଏବଂ ଏସଏଚଜି ମହିଳାଙ୍କୁ ନେଇ ଟିମ କରାଯାଇଛି l ଏମାନଙ୍କ ଜରିଆରେ ଶିଶୁ କନ୍ୟାଙ୍କ ଘରକୁ ଘର ଯାଇ ସୁକନ୍ୟା ଯୋଜନାରେ ମିଳୁଥିବା ସୁବିଧା ଗୁଡିକ ବ୍ୟାଙ୍କ ସହଯୋଗରେ କିପରି ଜମାକରି ଶିଶୁ କନ୍ୟାର ଭବିଷ୍ୟତ ଗଡ଼ିବାରେ ସହାୟକ ହେବ ତାହାକୁ ନେଇ ବ୍ୟାଙ୍କ ପ୍ରବନ୍ଧକ ଦେବେନ୍ଦ୍ର ନାଥ ମଣ୍ଡଳ ମହିଳାମାନଙ୍କୁ ଆଲୋଚନା ମାଧ୍ୟମରେ ସଚେତନତା ସୃଷ୍ଟି କରିଥିଲେ l ଏଥିରେ ସମିତିସଭ୍ୟ ବି ରବୀନ୍ଦ୍ର ନାଥ ପାତ୍ର ଏବଂ ବହୁ ମହିଳାଙ୍କ ସମେତ ସିଆରପି, ଏବଂ ବ୍ୟାଙ୍କର ଟିମ ସହଯୋଗ କରିଥିଲେ l

Advertisement