Thursday, October 15, 2026
ADVERTISEMENT
Home ଆଞ୍ଚଳିକ ଚୈତ୍ର ଦ୍ବିତୀୟ ମଙ୍ଗଳବାର ଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ l

ଚୈତ୍ର ଦ୍ବିତୀୟ ମଙ୍ଗଳବାର ଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ l

125
ADVERTISEMENT

ପୁରୁଷୋତ୍ତମପୁର,୨୨/୩(ପ୍ରଭାକର ମହାରଣା):-ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରାଣୀଙ୍କ ଦ୍ବିତୀୟ ମଙ୍ଗଳବାର ଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଗଜଲକ୍ଷ୍ମୀ ବେଶରେ ମା ସର୍ବସାଧାରଣଙ୍କୁ ଦର୍ଶନ ଦେଇଥିଲେ। ସୋମବାର ଅପରାହ୍ନ ଠାରୁ ମା ଙ୍କ ପୀଠ ଚଳଚଞ୍ଚଳ ହୋଇଉଠିଥିଲା। ଯାତ୍ରାକୁ ଦୃଷ୍ଟିରେ ରଖି ସେବାୟତମାନେ ଦୈନନ୍ଦିନ ନୀତି କାନ୍ତିରେ ସାମାନ୍ୟ ସମୟ ପରିବର୍ତ୍ତନ କରି ଭୋର୍ ୩.୪୫ ରେ ମଙ୍ଗଳ ଆଳତୀ, ମାଜଣା ବିଧି ଓ ଫଳ ଭୋଗ କରାଇବା ପରେ ଘଟ ପରିକ୍ରମା ହୋଇଥିଲା। ମାଙ୍କୁ ଭୋଗ ଲଗାଯିବା ପରେ ୪ଟାରେ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ସାହାଣମେଲା କରାଯାଇଥିଲା।
ମଧ୍ୟ ରାତ୍ରରୁ ଅପେକ୍ଷା ରତ ଶ୍ରଦ୍ଧାଳୁ ମାନେ ଅଭିଷ୍ଟପୂରଣ ନିମିତ୍ତ ନିଜ ସନ୍ତାନ ସନ୍ତତି ଙ୍କ ମୁଣ୍ଡନ କରାଇଥିଲେ।ମୁଣ୍ଡନ ପାଇଁ ୫ଗୋଟି ମୁଣ୍ଡନ କେନ୍ଦ୍ର ଖୋଲାଯାଇଥିଲା। ମାଙ୍କ ଦର୍ଶନ ନିମନ୍ତେ ୧୪ ଗୋଟି ବସ୍ ବ୍ୟବସ୍ଥା କରାଯାଇଥିଲା।ଭୋଗ ଥାଳି ଧରି ମାଙ୍କ ଦର୍ଶନ ନିମନ୍ତେ ଶ୍ରଦ୍ଧାଳୁ ମାନେ ଲମ୍ବା ଧାଡ଼ି ରହିଥିବା ଲକ୍ଷ୍ୟ କରାଯାଇଥିଲା। ଅଧିକାଂଶ ଶ୍ରଦ୍ଧାଳୁ ଯାନବାହାନରେ ଆସି ମା’ଙ୍କୁ ଦର୍ଶନ କରି ଫେରିଯାଇଥିବା ବେଳେ ଅନେକ ଯାତ୍ରୀ ମାନସିକ ସହଣୀ ପାଇଁ ମନ୍ଦିର ପାଦଦେଶରେ ରୋଷେଇ କରି ବନ୍ଧୁବାନ୍ଧବଙ୍କ ଗହଣରେ ଭୋଜିଭାତର ଭଜା ନେବାର ଦେଖାଯାଇଥିଲା।
ଯାତ୍ରାର ସୁପରିଚାଳନା ନିମନ୍ତେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ,ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ତଦାରଖ କରୁଥିଲେ।

ବିଭିନ୍ନ ସ୍ଥାନରେ ପୋଲିସ ଅଧିକାରୀ ଉପସ୍ଥିତ ରହି ଟ୍ରାଫିକ ବ୍ୟବସ୍ଥାକୁ କଡାକଡି କରାଯାଇଥିଲା। ପୁରୁଷୋତ୍ତମପୁରର ସ୍ବପ୍ନେଶ୍ବର ସ୍ବେଚ୍ଛାସେବୀ ସଂଗଠନ,ପାଲୁରୁ ରସ୍ବାମୀବିବେକାନନ୍ଦ, ବିଭିନ୍ନ ଅଞ୍ଚଳରୁ ଆସିଥିବା ସ୍ବେଛାସେବୀ ସଂଗଠନ , ମୁଣ୍ଡନ କେନ୍ଦ୍ର, ଟ୍ରାଫିକ, ଦର୍ଶନ ସ୍ଥାନରେ ଉପସ୍ଥିତ ରହି ସହଯୋଗ କରିଥିଲେ। ରାସ୍ତା କଡ଼ରେ ଗଢ଼ିଉଠିଥିବା ବିଭିନ୍ନ ପ୍ରକାର ଦୋକାନ ବଜାର , ମୀନା ବଜାର ରେ ଶ୍ରଦ୍ଧାଳୁ ମାନେ କିଣାକିଣି କରୁଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର, ତହସିଲଦାର ସନ୍ତୋଷ କୁମାର ସାହୁ, ଡିଏସପି ସୁଜିତ୍ କୁମାର ନାୟକ,ଏସଡିପିଓ ରଜନୀ କାନ୍ତ ସାମଲ, ଥାନା ଅଧିକାରୀ ପ୍ରିୟସ୍ ରଞ୍ଜନ ଛୋଟରାୟ, ମନ୍ଦିର ନିର୍ବାହୀ ଅଧିକାରୀ ଟିକେ ରେଡ୍ଡୀ ପ୍ରମୁଖ ଉପସ୍ଥିତ ରହି ମା ଙ୍କ ଯାତ୍ରା କୁ ତଦାରଖ କରୁଥିଲେ।

Advertisement