Thursday, October 15, 2026
ADVERTISEMENT
Home ଆଞ୍ଚଳିକ ସମବାୟ ସମିତି ସ୍ତରୀୟ ଋଣ କର୍ମଶାଳା l

ସମବାୟ ସମିତି ସ୍ତରୀୟ ଋଣ କର୍ମଶାଳା l

125
ADVERTISEMENT

ପୁରୁଷୋତ୍ତମପୁର,୧୯/୩(ପ୍ରଭାକର ମହାରଣା):-ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଝାଡବାଇ ସେବା ସମବାୟ ସମିତି ସ୍ତରୀୟ ସମବାୟ ବ୍ୟାଙ୍କ୍ ସେବା ଓ ଋଣ କର୍ମଶାଳା ସ୍ଥାନୀୟ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଅଛି। ସମିତି ର ସମ୍ପାଦକ ଭାଗବତ ପ୍ରସାଦ ଗୈାଡଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କ୍ଷେତ୍ରିୟ ଅଧିକାରୀ ରାଜେନ୍ଦ୍ର ଜେନା , ସମିତି ସଭାପତି ପୂର୍ଣ୍ଣ ଚନ୍ଦ୍ର ପଟ୍ଟନାୟକ, ସରପଞ୍ଚ ପ୍ରିୟଙ୍କା ସେଠି ପ୍ରମୁଖ ମଞ୍ଚାସିନ ଥିଲେ। ଚାଷୀଙ୍କୁ ବିନା ସୁଧରେ ୧ଲକ୍ଷ ପର୍ଯ୍ୟନ୍ତ ଋଣ ପ୍ରଦାନ ଓ ଭାଗଚାଷୀ କିପରି ଏହି ଯୋଜନାର ଲାଭ ଉଠାଇ ପାରିବ ସେ ଦିଗରେ ବିସ୍ତୃତ ଭାବରେ ଆଲୋକପାତ କରିଥିଲେ। ରାଜ୍ୟ ସରକାରଙ୍କ ସମବାୟ ବିଭାଗ ପକ୍ଷରୁ କାର୍ଯ୍ୟକାରୀ କରାଯାଇଥିବା ବିଭିନ୍ନ ଯୋଜନା ବିଷୟରେ ସମବାୟ କର୍ମଚାରୀ ମାନେ ଉପସ୍ଥିତ ଜନସାଧାରଣ ଙ୍କୁ ଅବଗତ କରାଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କୋଦଳା ସମବାୟ ସମିତି ସମ୍ପାଦକ ଅରୁଣ କୁମାର ସାହୁ,ଭୂତସରସିଙ୍ଗି ସମ୍ପାଦକ ଶିଶିର ଦଳାଇ, ସୁଦର୍ଶନ ପଟ୍ଟନାୟକ, ରାଜେଶ କୁମାର ପଣ୍ଡା, ଡାଇରେକ୍ଟର ଅରକ୍ଷିତ ମହାରଣା, ଟଙ୍କାଛାଇ ସରପଞ୍ଚ ବିଶ୍ବନାଥ ବେହେରା , ଅମୁଲ୍ୟ ଦାଶ,ଅଭିସେଠି ସମେତ ଶତାଧିକ ଚାଷୀ ଉପସ୍ଥିତ ଥିଲେ।

Advertisement