Thursday, October 15, 2026
ADVERTISEMENT
Home ଆଞ୍ଚଳିକ ଅସହାୟ ସୁଲଚନାଙ୍କୁ ସରକାରଙ୍କ ଜରାନିବାସକୁ ସ୍ଥାନାନ୍ତର l

ଅସହାୟ ସୁଲଚନାଙ୍କୁ ସରକାରଙ୍କ ଜରାନିବାସକୁ ସ୍ଥାନାନ୍ତର l

146
ADVERTISEMENT

ଗୁରୁଣ୍ଠି,୧୮/୩(ଇ ରଞ୍ଜନ):-କୁକୁଡାଖଣ୍ଡି ବ୍ଲକ ଗୁରୁଣ୍ଠି ଗ୍ରାମପଞ୍ଚାୟତର ପୁଅ ବହୁକୁ ହରାଇ ବସିଥିବା ବୃଦ୍ଧ ମହିଳା ସୁଲଚନା ପଣ୍ଡାଙ୍କୁ ପ୍ରଶାସନ ପକ୍ଷରୁ ବୃଦ୍ଧ ମହିଳାଙ୍କ ସୁରକ୍ଷା ଦୃଷ୍ଟିକୁ ନେଇ ଜରାନିବାସକୁ ଶୁକ୍ରବାର ସ୍ଥାନାନ୍ତର କରାଯାଇଛି l ବୃଦ୍ଧ ମହିଳାଙ୍କ ପୁଅ ଭଗବାନ ପଣ୍ଡା ଏବଂ ବହୁ ନିତା ପଣ୍ଡାଙ୍କ ମୃତ୍ୟୁ ବରଣ ପରେ ପରିବାର ହରାଇଥିବାରୁ ତାଙ୍କ ନାତି ନାତୁଣୀଙ୍କ କିପରି ଅତିବାହିତ କରିବା ନେଇ ସୁଲଚନା ମାନସିକତା ହରେଇ ଅନାଥ ଶିଶୁ ପୁତ୍ର ସାଇଲ ପଣ୍ଡା(୧୧)ଏବଂ କନ୍ୟା ସାଇନା ପଣ୍ଡା(୮)ଙ୍କୁ ଧରି ଭିକ୍ଷାବୃତ୍ତି ଆପଣେଇଥିଲେ l ପରେ ସରପଞ୍ଚଙ୍କ ଜରିଆରେ ପ୍ରଶାସନକୁ ଅବଗତ କରିବା ପରେ ବିଡ଼ିଓ ଏବଂ ଚାଇଲଡଲାଇନ ବିଭାଗ ଦ୍ୱାରା ସାଇଲ ଏବଂ ସାଇନାଙ୍କ ମାନସିକତା ସୁଧାର ଆଣିବା ସାଙ୍ଗକୁ ସେମାନଙ୍କ ବିକାଶକୁ ଦୃଷ୍ଟିକୁ ନେଇ ଫେବୃଆର ରେ ଧରାକୋଟରେ ଥିବା ଶିଶୁ କଷ୍ଟଡିକୁ ପଠାଯାଇଥିବା ବେଳେ ବୃଦ୍ଧ ଜେଜେମାଙ୍କୁ ବ୍ରହ୍ମପୁର ବୃଦ୍ଧା ଆଶ୍ରମକୁ ତଇଥାନ କରାଯାଇଛି l ଏହି ବୃଦ୍ଧଙ୍କୁ କୁକୁଡାଖଣ୍ଡି ତହସିଲଦାର କଲ୍ୟାଣୀ ସଂଘ ମିତ୍ରା ଦେବୀ ଏବଂ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ମନୋଜ ପ୍ରଧାନ ମିଳିତ ସୁଲଚନାଙ୍କୁ ନେଇ ବ୍ରହ୍ମପୁର ଜରାନିବାସକୁ ନେଇଥିଲେ ସରପଞ୍ଚ ବି. ମାଗତା ପାତ୍ର ଏବଂ ଯୁଗିଆପଲ୍ଲୀ ଅଙ୍ଗନବାଡି କର୍ମୀ ସାଧନା ପଣ୍ଡାଙ୍କ ଉଦ୍ୟମରେ ୨ ଶିଶୁ ଏବଂ ବୃଦ୍ଧ ମହିଳାଙ୍କ ଜୀବନ ସୁରକ୍ଷାର ରାସ୍ତା ପାଇଛନ୍ତି l

Advertisement