Thursday, October 15, 2026
ADVERTISEMENT
Home ଆଞ୍ଚଳିକ ପୂର୍ତ୍ତବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କୁ ମରଣଯନ୍ତା ରାସ୍ତାର ପୁନଃଉଦ୍ଧାରକୁ ନେଇ ଜନପ୍ରତିନିଧି ମାନଙ୍କ ଦାବିl

ପୂର୍ତ୍ତବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କୁ ମରଣଯନ୍ତା ରାସ୍ତାର ପୁନଃଉଦ୍ଧାରକୁ ନେଇ ଜନପ୍ରତିନିଧି ମାନଙ୍କ ଦାବିl

138
ADVERTISEMENT

କୁକୁଡାଖଣ୍ଡି,୧୮/୩(ଇ ରଞ୍ଜନ):-କୁକୁଡାଖଣ୍ଡି ବ୍ଲକ ଲୋଚପଡ଼ା ରତ୍ନପୁର,ବୋରିଗାଁ, ମସିହାଖାଲି ରାସ୍ତା ମରଣ ଯନ୍ତା ପାଲଟିଥିବା ବେଳେ କାର୍ଯ୍ୟଭାର ନେଇଥିବା ପୂର୍ତ୍ତ ବିଭାଗ ନୀରବଦ୍ରଷ୍ଟା ସାଜିଛି l ଏହି ରାସ୍ତା ଶୀଘ୍ର କାର୍ଯ୍ୟ ସାରିବାକୁ ନେଇ ଅଞ୍ଚଳବାସିଙ୍କ ସମେତ ସ୍ଥାନୀୟ ଜନପ୍ରତିନିଧିଙ୍କ ପକ୍ଷରୁ ଦାବି କରାଯାଇଛି l ନଚେତ ୫ ଦିନ ମଧ୍ୟରେ ମୁଖ୍ୟ ରାସ୍ତା ଅବରୋଧ କରିବାକୁ ନେଇ ପ୍ରଶାସନକୁ ଅବଗତ କରାଯାଇଛି l ଏହି ରାସ୍ତାକୁ ହଜାର ହଜାର ଲୋକ ନିର୍ଭର ସାଜିଥିବା ବେଳେ ଦୁର୍ଘଟଣାରେ ସମ୍ମୁଖୀନ ହୋଇ ଦୈନିକ ଖଣ୍ଡିଆଖାବରାରେ କାଳାତିପାତ କରୁଥାନ୍ତି ଏହି ରାସ୍ତା ବିଶେଷ କରି ଶ୍ରମିକ, ବିଦ୍ୟାଳୟ ଓ କଲେଜ ଛାତ୍ରଛାତ୍ରୀମାନଙ୍କ ଦୈନନ୍ଦିନ ଯାତାୟତ ବାଧ୍ୟତା ସାଜିଥିବା ଅଭିଯୋଗ ହୋଇଥିବା ବେଳେ କୌଣସି ସୁଫଳ ମିଳିନାହିଁ l ଏହି ରାସ୍ତାର ବିକାଶ ପାଇଁ ସରକାରଙ୍କ ପକ୍ଷରୁ ୧୩ କୋଟି ଉର୍ଦ୍ଧ ଟଙ୍କା ମଞ୍ଜୁରୀ ହୋଇଥିବା ଜଣାପଡିଛି କିନ୍ତୁ ଅଗ୍ରଗତି ନାହିଁ l ସରକାରୀ ନିୟମ ଅନୁଯାୟୀ ରୋଡ କାର୍ଯ୍ୟ ନିମନ୍ତେ ଠିକାଦାର ସଂସ୍ଥା ପକ୍ଷରୁ ୭୩ ଲକ୍ଷ ଟଙ୍କା ଜମାକରିଥିବା ବେଳେ ଚୁକ୍ତିନାମା କରିବା ନିମନ୍ତେ ଆଗ୍ରହ ଠିକାଦାର ବିଳମ୍ବ କରି ଚାଲିଥିବାରୁ ରୋଡ଼ ଅବସ୍ଥା ଦିନକୁ ଦିନ ଦୟନୀୟ ଅବସ୍ଥାରେ ପରିଣତ ହୋଇ ଲୋକେ ଦୁର୍ଘଟଣାରେ ଶିକାର ହେଉଥିବା ଦେଖାଦେଇଛି l ଉକ୍ତ ରାସ୍ତାଦେଇ ଗର୍ବବତୀ ମହିଳା ଯାତାୟତ କରିବା ବେଳେ ଯନ୍ତ୍ରଣା ଅନୁଭବ କରିଥିବା ଅଭିଯୋଗ କରିଛନ୍ତି l ସମସ୍ତ ଅଭିଯୋଗ ନେଇ ଉକ୍ତ ଅଞ୍ଚଳର ଗ୍ରାମବାସି ବିଭାଗକୁ ସମେତ ସରକାରଙ୍କୁ ନିନ୍ଦା କରିବାକୁ ବସିଲେଣି ଆଜି ଅଞ୍ଚଳବାସିଙ୍କ ତତ୍ପରତା ଦେଖାଦେଇଛି l ଏନେଇ ଶୁକ୍ରବାର ଜଗଦଳପୁର ସରପଞ୍ଚ କ୍ରାନ୍ତି କୁମାରୀ ଦେବୀ, ମସିହାଖଲି ସରପଞ୍ଚ କେ ବୁଲୁ, ଏବଂ ବୋରିଗାଁ ସରପଞ୍ଚ ପ୍ରତିନିଧି ବାବୁଲା ସାହୁଙ୍କ ସମେତ ବହୁ ଗ୍ରାମବାସି ପୂର୍ତ୍ତ ବିଭାଗର ବରିଷ୍ଠ ଅଧିକ୍ଷଣ ଯନ୍ତ୍ରୀ ତପନ ପାଣିଗ୍ରାହୀଙ୍କୁ ଦାବି ପତ୍ର ପ୍ରଧାନ କରାଯାଇଛି l ଏବଂ ଅଧିକ୍ଷଣ ଯନ୍ତ୍ରୀଙ୍କ ପ୍ରତିଶୃତି ମିଳିବା ପରେ କାର୍ଯ୍ୟକୁ ନେଇ ଉପେକ୍ଷା କରାଯାଇଛି ନଚେତ ଆସନ୍ତା ଦିନରେ ସମସ୍ତ ଲୋକ ମାନଙ୍କୁ ନେଇ ଧାରଣା ଦିଆଯିବା ନେଇ ନିଷ୍ପତି ନିଆ ଯାଇଥିବା ଜଣାପଡିଛି l

Advertisement