Friday, November 6, 2026
ADVERTISEMENT
Home ମୁଖ୍ୟ ଖବର ରଣଜିତ ଗୁରୁ ଥିଲେ ‘ସମ୍ବାଦ’ର ଜଣେ ସ୍ତମ୍ଭ: ସୌମ୍ୟରଂଜନ ପଟ୍ଟନାୟକ

ରଣଜିତ ଗୁରୁ ଥିଲେ ‘ସମ୍ବାଦ’ର ଜଣେ ସ୍ତମ୍ଭ: ସୌମ୍ୟରଂଜନ ପଟ୍ଟନାୟକ

373
ADVERTISEMENT

ଭୁବନେଶ୍ୱର,୧୮/୮(ଏଜେନସି) : ଗତକାଲି ମଧ୍ୟରାତ୍ରରେ ପରଲୋକ ଗମନ କରିଥିବା ‘ସମ୍ବାଦ’ର ସଂପାଦକୀୟ ପୃଷ୍ଠାର ସଂପାଦକ ତଥା ବିଶିଷ୍ଟ ସାମ୍ବାଦିକ ରଣଜିତ ଗୁରୁଙ୍କୁ ଆଜି ‘ସମ୍ବାଦଭବନ’ଠାରେ କୋହଭରା ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ତାପରେ ତାଙ୍କର ମରଶରୀରକୁ ତାଙ୍କର ନିଜ ଗାଁକୁ ନିଆଯାଇଛି ଏବଂ ସେଠାରୁ ତାଙ୍କ ପ୍ରିୟ କର୍ମକ୍ଷେତ୍ର ସମ୍ବଲପୁର ନିଆଯାଇ ଶେଷ କୃତ୍ୟ ସଂପନ୍ନ କରାଯିବ।

‘ସମ୍ବାଦ ଭବନ’ରେ ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ,ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟାର୍‌ ପଟ୍ଟନାୟକ,କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ,‘ସମ୍ବାଦ’ର ଫିଚର ସଂପାଦକ ଗୌରହରି ଦାସ, ଆମ ଓଡ଼ିଶାର ସଂପାଦକ ସ୍ୱରାଜ ମିଶ୍ର ଏବଂ ‘ପୌରୁଷ’ର ସଂପାଦକ ଅସିତ ମହାନ୍ତି, ‘ସମ୍ବାଦ’ର ପ୍ରକାଶକ ବିଜୟ କୁମାର ପଟ୍ଟନାୟକ,ମୁଖ୍ୟ କାର୍ଯ୍ୟନିର୍ବାହୀ କମଳାକାନ୍ତ ମହାପାତ୍ର ,ବରିଷ୍ଠ ସାମ୍ବାଦିକ ରବି ଦାସ, ସମ୍ବାଦ ସାହିତ୍ୟ ଘରର ସଂପାଦିକା ଶୁଭଶ୍ରୀ ଲେଙ୍କା ,ମାନବ ସମ୍ବଳ ବିଭାଗର ମୁଖ୍ୟ ବୈଜୟନ୍ତୀ କର ପ୍ରମୁଖ ବହୁ ମାନ୍ୟଗଣ ବ୍ୟକ୍ତି ଶ୍ରୀ ଗୁରୁଙ୍କର ଅନେକ ବ୍ୟକ୍ତିଗତ ବନ୍ଧୁ ଓ ସହକର୍ମୀ ତାଙ୍କର ଶବାଧାରରେ ପୁଷ୍ପ ନେଇ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Advertisement