Friday, September 25, 2026
ADVERTISEMENT
Home ଆଞ୍ଚଳିକ ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଦମାଦୁଆରେ ବାର୍ଷିକ ଉତ୍ସବ ଯଜ୍ଞ ଆରମ୍ଭ...

ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଦମାଦୁଆରେ ବାର୍ଷିକ ଉତ୍ସବ ଯଜ୍ଞ ଆରମ୍ଭ l

152
ADVERTISEMENT

ମୋହନା,୧୫/୦୨(ମୋହନ ଗୌଡ଼):-ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଦମାଦୁଆରେ ବାର୍ଷିକ ଉତ୍ସବ ଯଜ୍ଞ ଆରମ୍ଭ ହୋଇଅଛି l ନୁଆଁବନ୍ଧ ପୋଖରୀରୁ ଗଙ୍ଗା ଜଳ ଆଣି ୧o୮ କଳସ କୁମ୍ଭ ଧରି ସାହି ପରିକ୍ରମା କରିଥିଲେ l ଏହି ଯଜ୍ଞରେ ଶତାଧିକ ମହିଳା ଓ ପୁରୁଷ ଯୋଗ ଦେଇଥିଲେ। ବଡଖଣୀ, ପିଣ୍ଡିକି, ଖାରିଢ଼େପ,ଅଡବା, ବିରିକୋଟ, ଗୁଲୁବା, ନଡ଼ମା, ଗୁଲାପାଜୁ, କନ୍ଧମାଳ ଜିଲ୍ଲାର ବ୍ରହ୍ମଣୀ ଗାଁ, କିନାରୀ ଗାଁ, ନୁଆଁ ଗାଁ, କୁମ୍ବରୀ ଗାଁ, ମିଜାପଙ୍କା ଆଦି ଗ୍ରାମର ବାସିନ୍ଦା ଏହି ଯଜ୍ଞରେ ଯୋଗ ଦେଇଥିଲେ। ପ୍ରାୟ ୫୦ ପରିବାର ଏହି ଯଜ୍ଞରେ ସଂକଳ୍ପ ନେଇଥିଲେ l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ପୁରୋହିତ ଜଗନ୍ନାଥ ଦାସ, ଚିକୁ ପାଣିଗ୍ରାହୀ, କୁଇ ସମାଜର ସଭାପତି କବିରାଜ ମଲ୍ଲିକ, ନାରଦ ମଲ୍ଲିକ, ଚନ୍ଦନ ମଲ୍ଲିକ, ବିଜୟ ମଲ୍ଲିକ, ଦମାଦୁଆ କେନ୍ଦ୍ର ସଭାପତି ଚନ୍ଦ୍ର ମଳିକ, ସତସଂଘ ପ୍ରମୁଖଙ୍କ ସମେତ ସମ୍ପାଦକ କୁଳଚନ୍ଦ୍ର ମଲ୍ଲିକ, ଗୌରଚନ୍ଦ୍ର ପାଇକ ପ୍ରମୁଖ ଉପସ୍ଥିତ ଥିଲେ। 

Advertisement