Friday, September 25, 2026
ADVERTISEMENT
Home ଆଞ୍ଚଳିକ ସଂସ୍କୃତ ସମ୍ଭାଷଣ ଶିବିର ଉଦଯାପିତ l

ସଂସ୍କୃତ ସମ୍ଭାଷଣ ଶିବିର ଉଦଯାପିତ l

163
ADVERTISEMENT

ମୋହନା,୧୫/୦୨(ମୋହନ ଗୌଡ଼):-ଗଜପତି ଜିଲ୍ଲା ଚାନ୍ଦିପୁଟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଗତ ୧୦ ଦିନବ୍ୟାପୀ ଚାଲିଥିବା ସଂସ୍କୃତ ସମ୍ଭାଷଣ ଶିବିର ଉଦଯାପିତ ହୋଇଯାଇଛି l ସଂସ୍କୃତଭାରତୀ ଓ ଗଜପତି ଜନପଦ ପକ୍ଷରୁ ଆୟୋଜିତ ଏହି ଶିବିରକୁ ଗଜପତି ଜିଲ୍ଲା ସଂଯୋଜକ ତ୍ରିପତି ସାହୁ ସଂଯୋଜନା କରିଥିଲେ । ରବିବାର ଶିବିରର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଟିକlମାଳ ହାଇସ୍କୁଲ ପ୍ରଧାନ ଶିକ୍ଷକ ଅଭୟ କୁମାର ଦାସ, ମୂଖ୍ୟବକ୍ତା ଭାବେ ଡ଼ମ୍ବଗୁଡା ହାଇସ୍କୁଲ ସଂସ୍କୃତ ଶିକ୍ଷକ ତଥା ଅଖିଳ ଭାରତୀୟ ସଂସ୍କୃତ ଶିକ୍ଷକ ସଂଘର ସମ୍ପାଦକ ସୁକାନ୍ତ କୁମାର କର ଯୋଗଦେଇ ବର୍ତ୍ତମାନ ସମୟରେ ସଂସ୍କୃତ ଭାଷାର ଆବଶ୍ୟକତା ଉପରେ କହିଥିଲେ ।  କାର୍ଯ୍ୟକ୍ରମ ବିସ୍ତାରକ ଅକ୍ଷୟ କୁମାର ଦତ୍ତ ଯୋଗଦେଇ ଶିବିରର ୭୦ ଜଣ ଛାତ୍ର ଛାତ୍ରୀଙ୍କୁ ସଂସ୍କୃତ ସମ୍ଭାଷଣ ଶିକ୍ଷା ଦେଇଥିଲେ। ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସଂସ୍କୃତରେ ନାଟକ,ଗୀତ, ନୃତ୍ୟ, ହାସ୍ୟକଣିକା ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମରେ ଚାନ୍ଦିପୁଟ ସରସ୍ୱତୀ ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟl ଗାୟତ୍ରୀ ଦେବୀ, ସଂସ୍କୃତ ଶିକ୍ଷକ ଛବିପ୍ରିୟ ପାଣିଗ୍ରାହୀ, ରାକେଶ ପରିଡ଼ା, ନିରାକାର୍ ସେଠୀ, କେଶବ ପ୍ରଧାନ, କୁମୁଦ ପାଢ଼ୀ, ଅଧ୍ୟାପିକା ଭବlନି ଦାସ  ଯୋଗଦେଇ ଛାତ୍ର ଛାତ୍ରୀମାନଙ୍କୁ ସଂସ୍କୃତ ଭାଷା ଉପରେ ଶିକ୍ଷା ପ୍ରଦାନ କରିଛନ୍ତି l

Advertisement