Friday, September 25, 2026
ADVERTISEMENT
Home ଆଞ୍ଚଳିକ ରୋଗୀଥିବା ଆମ୍ବୁଲାନ୍ସରୁ ଗଞ୍ଜେଇ ଜବତ,ଡ୍ରାଇଭର ସହ ରୋଗୀର ଭଣଜା ଗିରଫ l

ରୋଗୀଥିବା ଆମ୍ବୁଲାନ୍ସରୁ ଗଞ୍ଜେଇ ଜବତ,ଡ୍ରାଇଭର ସହ ରୋଗୀର ଭଣଜା ଗିରଫ l

145
ADVERTISEMENT

ମୋହନା,୧୪/୦୨(ମୋହନ ଗୌଡ଼):-ଆମ୍ବୁଲାନ୍ସରେ ଗଞ୍ଜେଇ ଚୋରାଚାଲାଣ, ଏକ ପ୍ରାଇଭେଟ ଆମ୍ବୁଲାନ୍ସ ରେ ଗଞ୍ଜେଇ ଚୋରାଚାଲାଣ ବେଳେ ତାକୁ କାବୁ କରିଛି ପୋଲିସ l ଏଭଳି ଘଟଣା ଘଟିଛି ଗଜପତି ଜ଼ିଲ୍ଲା ମୋହନା ଥାନା ଅଞ୍ଚଳରେ l ଚନ୍ଦ୍ରଗିରି ଡାହାଣୀନାଳ ନିକଟରେ ନ୍ଦ୍ରଗିରି ଫାଣ୍ଡି ଅଧିକାରୀ ପୁରୁଷୋତ୍ତମ ପାଇକ ଯାନବାହନ ଯାଞ୍ଚ କରୁଥିବା ବେଳେ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ଆମ୍ବୁଲାନ୍ସ କୁ ସନ୍ଦେହରେ ଯାଞ୍ଚ କରିଥିଲେ l ଯାଞ୍ଚବେଳେ ଆମ୍ବୁଲାନ୍ସରେ ୭ କେଜି ଗଞ୍ଜେଇ ଥିବା ଜଣାପଡିଥିଲା l କେଶରୀଗୁଡା ପଞ୍ଚାୟତ ଢେକାବନ୍ଧର ମିଖାଏଲ ରାଇତ ଏକ ଘରୋଇ ଆମ୍ବୁଲାନ୍ସ ଯୋଗେ ତାଙ୍କ ଭଣଜା ଏବଂ ସମ୍ପର୍କୀୟ ସହ ବ୍ରହ୍ମପୁର ଯାଉଥିଲେ, କୌଣସି ସୂତ୍ରରୁ ଖବର ପାଇ ଚନ୍ଦ୍ରଗିରି ଫାଣ୍ଡି ଅଧିକାରୀ ପୁରୁଷୋତ୍ତମ ପାଇକ ଆମ୍ବୁଲାନ୍ସଟିକୁ ଯାଞ୍ଚ କଲାବେଳେ ତା ମଧ୍ୟରେ ଗଞ୍ଜେଇ ଥିବା ଦେଖିବାକୁ ମିଳିଥିଲା l ଏହି ଗଞ୍ଜେଇ ବ୍ରହ୍ମପୁର ଚାଲାଣ ହେଉଥିବା ସୂଚନା ମିଳିଛି l ଜବତ ଆମ୍ବୁଲାନ୍ସ ଟିରେ ବ୍ରହ୍ମପୁର ଖ୍ରୀଷ୍ଟିଆନ ହସ୍ପିଟାଲର ନାମ ଫଳକ ଥିବା ଦେଖାଯାଇଛି l ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଡ୍ରାଇଭର କରଞ୍ଜସାହିର ପ୍ରଶାନ୍ତ ମାଝୀ, କଣ୍ଟାସାରର ଜିଖରୀୟ ମଳିକ ଏବଂ ଡେକାବନ୍ଧ ଗ୍ରାମର ରୋଗୀ ମିଖାଏଲର ଭଣଜା ପାଉଲ ଦଳେଇକୁ ଗିରଫ କରି କୋର୍ଟ ଚାଲାଣ କରିଛି l

Advertisement