Wednesday, October 14, 2026
ADVERTISEMENT
Home ଆଞ୍ଚଳିକ ଦ୍ବାଦଶ ସ୍ମୃତି ଚାରଣ ସଭାରେ ଶ୍ରମମନ୍ତ୍ରୀ ଙ୍କ ଅରଖପୁର ଗ୍ରାମରେ ଯୋଗଦାନ l

ଦ୍ବାଦଶ ସ୍ମୃତି ଚାରଣ ସଭାରେ ଶ୍ରମମନ୍ତ୍ରୀ ଙ୍କ ଅରଖପୁର ଗ୍ରାମରେ ଯୋଗଦାନ l

124
ADVERTISEMENT

ପୁରୁଷୋତ୍ତମପୁର,୦୮/୨(ପ୍ରଭାକର ମହାରଣା):-କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ପୁରୁଷୋତ୍ତମପୁର ବ୍ଳକ୍ ର ଅରଖପୁର ଗ୍ରାମର ମୁମ୍ବାଇ ଉତ୍କଳ ସମିତିର ଉପସଭାପତି ସୂର୍ଯ୍ୟ ଗୌଡଙ୍କ ମାମୁ ସ୍ବର୍ଗତ ଗାଣ୍ଡୁ ଗୌଡଙ୍କ (୭୦) ଦ୍ୱାଦଶାହ ସ୍ମୃତି ଚାରଣ ସଭା ନିଜ ବାସଭବନରେ ଅନୁଷ୍ଠିତ ହୋଇଯାଇଛି I ସ୍ଵର୍ଗତ ଗୌଡଙ୍କ ଏକ ମାତ୍ର ପୁତ୍ର ରବୀନ୍ଦ୍ର ଗୌଡଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ସ୍ମୃତି ଚାରଣ ସଭାରେ ରାଜ୍ୟ ସରକାରଙ୍କର ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗଦେଇ ସ୍ବର୍ଗତ ଗୌଡଙ୍କର ଫଟୋ ଚିତ୍ରରେ ପୁଷମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସାକ୍ଷାତ କରି ସ୍ବର୍ଗତ ଗାଣ୍ଡୁଙ୍କ ସ୍ତ୍ରୀ ଦରମରି ଗୌଡଙ୍କୁ ସ୍ବାସ୍ଥ୍ୟପ୍ରତି ଧ୍ୟାନ ଦେବାପାଇଁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେଯୁବ ବିଜେଡି ଉପଦେଷ୍ଟା ନିର୍ମଳ ସାହୁ,ବିଜେପି ରାଜ୍ୟ କାର୍ଯ୍ୟ କାରିଣି ସଦସ୍ୟ ଅରୁଣ କୁମାର ପଣ୍ଡା, ବ୍ଲକ ଅଧ୍ୟକ୍ଷା ପିଙ୍କି ବେହେରା, ପୂର୍ବତନ ବ୍ଲକଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ପଣ୍ଡା,ସମିତି ସଭ୍ୟ ସିମାଞ୍ଚଳ ଗୌଡ, ସାରୁ ସରପଞ୍ଚ ନିଳାଞ୍ଚଳ ସାହୁ, ସନ୍ତୋଷ ପାଣିଗ୍ରାହୀ, ମକର ଝୋଳ ସମିତି ସଭ୍ୟ ଜିମୋହନରାଓ,ଏସ୍ କୁମାର(ଫିଲ୍ମ), ସଞ୍ଜୟ ସ୍ବାଇଁ, ବିଜେଡି ନେତ୍ରୀଆଭାପରିଡା,ଜଗତ ପଣ୍ଡା, ଏନ୍ ଏ ଏସି ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ,ସମାଜସେବୀ ସୂର୍ଯ୍ୟ ଗୌଡ, ରମେଶ ଗୌଡ, ପ୍ରଭାକର ମହାରଣା, ଭଗବାନ ସାହୁ, ସନ୍ତୋଷ ପାଳ,କୈଳାସ ଗୌଡ,ରବିନ୍ଦ୍ର ମହାରଣା, ଶଙ୍କର ପ୍ରଧାନ, ଟିକିନା ଗୌଡ ,ଅମର ପାଳ,ଦୀପକ ଖୁଣ୍ଟିଆ,ଶମ୍ଭୁ ପ୍ରଧାନ, ନରେନ୍ଦ୍ର ପ୍ରଧାନ ,ଶଙ୍କର ଖୁଣ୍ଟିଆ, ସନ୍ତୋଷ ବେହେରା ,ବିପ୍ର ମହାନ୍ତି,ଇନ୍ଦିରା ଗୌଡ, ପ୍ରର୍ମିଳା ଗୌଡ, ପ୍ରଦୀପ ଜେନା, ଉପେନ୍ଦ୍ର ସାହୁ, ଗୌରାଙ୍ଗ ସେଠି,ପପୁ ପ୍ରଧାନ,ଝିଲ୍ଲୀ ଗୌଡ ,ଜମୁନା ଗୌଡ,ସାଗରିକା ପଲେଇ, ଶାନ୍ତି ପ୍ରଧାନ,ଭଗବାନ ଜେନା, ପାଣ୍ଡିଆ ଗ୍ରାମର ଗୋପାଳ ଦୋରା, ଗୋପାଳ ରାଓ, ପୁରୁଷୋତ୍ତମପୁର ବ୍ଲକର ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧି ମାନେ ଉପସ୍ଥିତ ଥିଲେ । ଚୈତନ୍ୟ ଆଖଡା ଦ୍ଵାରାସନ୍ଧ୍ୟା ସମୟରେ ଭଜନ ପରିବେଷଣ କରାଯାଇଥିଲା।

Advertisement