Wednesday, October 14, 2026
ADVERTISEMENT
Home ଆଞ୍ଚଳିକ ଶୋକ ସନ୍ତପ୍ତ ପରିବାରକୁ ସାନଖେମୁଣ୍ଡି ବିଧାୟକଙ୍କ ସମବେଦନା l

ଶୋକ ସନ୍ତପ୍ତ ପରିବାରକୁ ସାନଖେମୁଣ୍ଡି ବିଧାୟକଙ୍କ ସମବେଦନା l

125
ADVERTISEMENT

ପୁରୁଷୋତ୍ତମପୁର,o୬/୨(ପ୍ରଭାକର ମହାରଣା):-ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଅରଖପୁର ଗ୍ରାମର ଗାଣ୍ଡୁ ଗୌଡ ନାମକ ଜନୈକ ବରିଷ୍ଠ ନାଗରିକଙ୍କ ଦେହାନ୍ତ ଖବର ପାଇ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ରବିବାର ଅପରାହ୍ନରେ ତାଙ୍କ ବାସ ଭବନରେ ପହଞ୍ଚି ପରବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ମୃତ ଗାଣ୍ଡୁ ଗୌଡଙ୍କ ଅମର ଆତ୍ମାର ସଦ୍ ଗତି କାମନା ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ । ମୃତ ଗାଣ୍ଡୁଙ୍କ ସ୍ତ୍ରୀଙ୍କର ସ୍ବାସ୍ଥ୍ୟ ବିଷୟରେ ପଚାରି ବୁଝିବା ସହ କିଛି ଚିନ୍ତା ନକରି ମନ ବଳକୁ ସୁଦୃଢ଼ ରଖିବା ସକାଶେ ବିଧାୟକ ପରାମର୍ଶ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଏସ୍ କୁମାର, ରମେଶ ଗୌଡ,ସୂର୍ଯ୍ୟ ଗୌଡ,ଅନିଲ ବେହେରା, ସନ୍ତୋଷ ପାଳ,ବଇରି ଗଣପତି,ଅନନ୍ତ ନାଇଡୁ,ପ୍ରଭାକର ମହାରଣା, କାହ୍ନୁପଣ୍ଡା, ହିମାଂଶୁଶେଖରପଲାଇ, ମନୋରଞ୍ଜନ ଦାଶ,ଉଜଳବେହେରା,ସଞ୍ଜୟ ସ୍ବାଇଁ,,ଟିକିନା ଗୌଡ,ଶମ୍ଭୁ ପ୍ରଧାନ, ଦିପୁ ପ୍ରଧାନ, ସିଦ୍ଧାନ୍ତ ଖଟେଇ,ସାଗର ପ୍ରଧାନ, ସୋମେଶ ପ୍ରଧାନ, ପ୍ରଶାନ୍ତ ଗୌଡ଼ ,ଅକ୍ଷୟ ପାଢ଼ୀ ,ରୁଦ୍ର ଗୌଡ ସମେତ ସ୍ଥାନୀୟ ଅଞ୍ଚଳର ଶତାଧିକ କର୍ମୀ ଉପସ୍ଥିତ ଥିଲେ ।

Advertisement