Wednesday, October 14, 2026
ADVERTISEMENT
Home ଆଞ୍ଚଳିକ ପୁରୁଷୋତ୍ତମପୁର ଅକ୍ସଫୋର୍ଡ ପବ୍ଳିକ୍ ସ୍କୁଲ ପରିସରରେ ଅଷ୍ଟମ ବାର୍ଷିକ ଉତ୍ସବ ଅନୁଷ୍ଠିତ ।

ପୁରୁଷୋତ୍ତମପୁର ଅକ୍ସଫୋର୍ଡ ପବ୍ଳିକ୍ ସ୍କୁଲ ପରିସରରେ ଅଷ୍ଟମ ବାର୍ଷିକ ଉତ୍ସବ ଅନୁଷ୍ଠିତ ।

124
ADVERTISEMENT

ପୁରୁଷୋତ୍ତମପୁର,୨୩/୧(ପ୍ରଭାକର ମହାରଣା):-ପୁରୁଷୋତ୍ତମପୁର ଅକ୍ସଫୋର୍ଡ ପବ୍ଳିକ୍ ସ୍କୁଲର ଆଜି ଅଷ୍ଟମ ବାର୍ଷିକ ଉତ୍ସବ ଅଧ୍ୟକ୍ଷ ରବିନ୍ଦ୍ର କୁମାର ପଣ୍ଡାଙ୍କ ସଭାପତିତ୍ୱରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୂଖ୍ୟ ଅତିଥି ଭାବେ ପୁରୁଷୋତ୍ତମପୁର ଗୋଷ୍ଠୀଶିକ୍ଷା ଅଧିକାରୀ କିଶୋର ଚନ୍ଦ୍ର ବେହେରା, ମୂଖ୍ୟ ବକ୍ତା ହୀନ୍ଦି ପ୍ରଚାର ସଭାର କୂଳସଚିବ ପ୍ରଫୁଲ୍ଲ କୁମାର ରଥ, ସମ୍ମାନିତ ଅତିଥି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଏ ରାଜଗୋପାଳ ରାଓ, ରମାକାନ୍ତ ରଥ, ପ୍ରକାଶ କୁମାର ରାଉତ, ହେମନ୍ତ କୁମାର ବେହେରା ଯୋଗ ଦେଇଥିଲେ। ଅତିଥି ମାନେ ଛାତ୍ରଛାତ୍ରୀମାନଙ୍କୁ  ସମୟବତ୍ତୁତା ସହ ଭଲପାଠ ପଢି ଭଲମଣିଷ ହେବା ପାଇଁ ପରାମର୍ଶ ଦେଇଥିଲ ।ପ୍ରତିଯୋଗିତାରେ କୃତି ଛାତ୍ର ଛାତ୍ରୀମାନଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ଶେଷର ଶିକ୍ଷକ ବୃନ୍ଦାବନ ଡାକୁଆ ଧନ୍ୟବାଦ ଅର୍ପଣ କରିଥିଲେ।  ଉକ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ପରିଚାଳନା କରିଥିଲେ।
ସେହିପରି ଆଜି ସରସ୍ବତୀ ଶିଶୁବିଦ୍ୟା ମନ୍ଦିରର ଅଷ୍ଟାଦଶ ବାର୍ଷିକ ଉତ୍ସବ ପରିଚାଳନା କମିଟିର ସଭାପତି ଜଗବନ୍ଧୁ ଦଳାଇ ସଭାପତିତ୍ୱ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟ ମଣି ବୈଦ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭଲପାଠ ପଢିବା ସହ ଲୁକ୍କାୟିତ ଥିବା କଳାକୁ ପ୍ରଦର୍ଶନ କରିବା ସହ ସମସ୍ତ ପ୍ରତିଯୋଗିତାରେ ଭାଗ ନେବାପାଇଁ ପରାମର୍ଶ ଦେଇଥିଲେ। ଅନ୍ୟତମ ଅତିଥି ଭାବେ କାଉନସିଲର ଅଶୋକ କୁମାର ମହାଙ୍କୁଡ,ନଗର ବିଜେଡି ସଭାପତି ପ୍ରଭାତ ପଟ୍ଟନାୟକ, ସାସଦ ପ୍ରତିନିଧି ପ୍ରେମାନନ୍ଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟବକ୍ତା ଭାବେ ପ୍ରଦିପ ଦାମଲ ଯୋଗଦେଇ ଥିଲେ।ପ୍ରଧାନ ଆଚାର୍ଯ୍ୟ ନିରଞ୍ଜନ ଡାକୁଆ କାର୍ଯ୍ୟକ୍ରମକୁ ସଞ୍ଜୋଜନା କରିଥିବା ବେଳେ ସମସ୍ତ ଗୁରୁଜୀ ଓ ଗୁରୁ ମା ପରିଚାଳନାରେ ସହଯୋଗ କରିଥିଲେ ।

Advertisement