Wednesday, October 14, 2026
ADVERTISEMENT
Home ଆଞ୍ଚଳିକ ପୁରୁଷୋତ୍ତମପୁର ବ୍ଲକରେ ଆତ୍ମାର ଅଧ୍ୟକ୍ଷ ହେଲେ ସୂର୍ଯ୍ୟ ନାରାୟଣ ପଣ୍ଡା l

ପୁରୁଷୋତ୍ତମପୁର ବ୍ଲକରେ ଆତ୍ମାର ଅଧ୍ୟକ୍ଷ ହେଲେ ସୂର୍ଯ୍ୟ ନାରାୟଣ ପଣ୍ଡା l

140
ADVERTISEMENT

ପୁରୁଷୋତ୍ତମପୁର,୨୨/୧(ପ୍ରଭାକର ମହାରଣା):-ପୁରୁଷୋତ୍ତମପୁର ବ୍ଲକରେ ଆତ୍ମାର ଅଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ଶନିବାର କୃଷି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ।ଏହି ପଦବୀରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ପଣ୍ଡା ନିଦ୍ବନ୍ଦରେ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିରାକାର ଜେନା ଘୋଷଣା କରିଛନ୍ତି। ଆତ୍ମାର ୨୦ଜଣ ସଦସ୍ୟ ମଧ୍ୟରୁ ୧୭ଜଣ ଏହି ନିର୍ବାଚନରେ ଉପସ୍ଥିତ ଥିଲେ ।ଏହି ପଦବୀ ପାଇଁ ସୂର୍ଯ୍ୟ ନାରାୟଣ ଏକ ମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ ।ଏହି ବ୍ଲକଟି ଦୁଇ ଗୋଟି ନିର୍ବାଚନ ମଣ୍ଡଳୀରେ ରହିଛି । କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଓ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କ ସହମତିରେ ଆଜି ମୁଁ ଏହି ପଦବୀରେ ବସିପାରିଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି । ଏହି ନିର୍ବାଚନକୁ ବ୍ଲକକୃଷି ଅଧିକାରୀ ଡ.ପ୍ରମୋଦ କୁମାର ମହାପାତ୍ର, ସହକାରୀ କୃଷି ଅଧିକାରୀ ଦେବାଶିଷ ବିନ୍ଦାଣି, ପଶୁ ଚିକିତ୍ସା ଅଧିକାରୀ ଡ.ମନୋଜ କୁମାରଶତପଥୀ, ସହକାରୀ ମତ୍ସ୍ୟ ଅଧିକାରୀ ଫ୍ଲୋରା ମହାନ୍ତି,ଉଦ୍ୟାନ ଓ ମୃର୍ତ୍ତିକା ସରକ୍ଷଣ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ନିର୍ବାଚନକୁ ପରିଚାଳନା କରିଥିଲେ ।ଖଲ୍ଲିକୋଟ ବିଧାୟିକାଙ୍କ ପ୍ରତିନିଧି ତଥା ଖଲ୍ଲିକୋଟ ବ୍ଲକ ଅଧ୍ୟକ୍ଷ ଦୈତାରି ବେହେରା, ସୁଧାଂଶୁ ଶେଖର ସାବତ ପ୍ରମୁଖ ଉପସ୍ଥିତ ରହି ପୁଷ୍ପଗୁଛ୍ଛ ଦେଇ ଶୁଭେଛା ଜଣାଇଛନ୍ତି ।

Advertisement