Wednesday, October 14, 2026
ADVERTISEMENT
Home ଆଞ୍ଚଳିକ ଜୀବିକା ହରାଇଥିବା ଅସହାୟ ପରିବାରକୁ ବିଜେପି ପକ୍ଷରୁ ସହାୟତା l

ଜୀବିକା ହରାଇଥିବା ଅସହାୟ ପରିବାରକୁ ବିଜେପି ପକ୍ଷରୁ ସହାୟତା l

117
ADVERTISEMENT

ପୁରୁଷୋତ୍ତମପୁର,୨୨/୧(ପ୍ରଭାକର ମହାରଣା):-ପୁରୁଷୋତ୍ତମପୁର ଏନ୍ ଏ ଏସି ଅନ୍ତର୍ଗତ ରାଧାକାନ୍ତ ସାହିର ପ୍ରସନ୍ନ କୁମାର ଶତପଥୀଙ୍କ ଦୁଇଗୋଟି ଠେଲା ଦୋକାନକୁ ନିର୍ବାହୀ ଅଧିକାରୀ ଓ କର୍ମଚାରୀ ଜେସିବି ଲଗାଇ ଭାଙ୍ଗି ଦେଇଥିଲେ । ରୋଜଗାର ହରାଇଥିବା ଶତପଥୀ ପରିବାର ଗତଦୁଇ ଦିନ ହେଲା ଭୋକ ଉପାସ ରହୁଥିବା ଖବର ପାଇ ବିଜେପିର ଏକ ପ୍ରତିନିଧି ମଣ୍ଡଳୀ ତାଙ୍କର ଘରେ ପହଂଚି ପରିବାକୁ ରାସନ ସାମଗ୍ରୀ ପ୍ରଦାନ କରିଛନ୍ତି। ବିଜେପି ଘୁମୁସର ଜିଲ୍ଲା ସାଧାରଣ ସମ୍ପାଦକ ଅନିଲ ପଣ୍ଡା ଏହି ଘଟଣାକୁ ନିନ୍ଦା କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳ, ଏସ୍ ପି ଓ ବିଭାଗୀୟ ଅଧିକାରୀଙ୍କୁ ସାକ୍ଷାତ କରାଯିବ ବୋଲି କହିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ଘୁମୁସର ଜିଲ୍ଲା ଉପସଭାପତି କୋରା ସ୍ବାଇଁ,ମଣ୍ଡଳ ସଭାପତି ମନୋଜ ମହାପାତ୍ର,ସୁବାଷ ଦାଶ,ଶେଷପଣ୍ଡା,ଯୁବ ନେତା ଚିତରଞ୍ଜନ ସାହୁ,ସୂର୍ଯ୍ୟ ମହାରଣା,କୃଷ୍ଣ ନାୟକ, ଟୁକୁନା ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Advertisement