Wednesday, October 14, 2026
ADVERTISEMENT
Home ଆଞ୍ଚଳିକ ବିଶ୍ବକର୍ମା ସମାଜ ଆଠଗଡ ଖଲାଡି ମୁଠାର ନୂତନ କମିଟି ଗଠନ l

ବିଶ୍ବକର୍ମା ସମାଜ ଆଠଗଡ ଖଲାଡି ମୁଠାର ନୂତନ କମିଟି ଗଠନ l

154
ADVERTISEMENT

ପୁରୁଷୋତ୍ତମପୁର,୨୨/୧(ପ୍ରଭାକର ମହାରଣା):-ଗଞ୍ଜାମ ଜିଲ୍ଲା ଆଠଗଡ ତାଲୁକା ଖଲାଡି ମୁଠା (ବିଶ୍ବାକର୍ମା ସମାଜ)ର ନିର୍ବାଚନୀ ସାଧାରଣ ବୈଠକ କୋଦଳା ଦଣ୍ଡେଶ୍ରର ପିଠିରେ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ଏକ ନୂତନ କମିଟି ଗଠନ କରାଯାଇଥିଲା ,ସଭାପତି ଭାବେ ପ୍ରଫୁଲ୍ଲ କୁମାର ମହାରଣା, ଉପସଭାପତି ହାଡୁ ମହାରଣା, ସମ୍ପାଦକ ଭାବେ ଭରତ ମହାରଣା ,ସହ ସମ୍ପାଦକ ଭାବେ ପ୍ରଭାକର ମହାରଣା ସଭ୍ୟ ଭାବେ ଲକ୍ଷ୍ମଣ ମହାରଣାଙ୍କୁ ନିର୍ବାଚିତ କରିଥିଲେ ।ଏହି ସଭାରେ ଦୁଇ ଶହରୁ ଉର୍ଦ୍ଧ୍ବ କୁଳଭାଈ ମାନେ ଉପସ୍ଥିତ ରହି ନିର୍ବାଚନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଦକ୍ଷିଣ ଓଡ଼ିଶାର ବିଶ୍ବକର୍ମା ସମାଜ(ବଢେଇକୁଳ)ର ସଭାପତି ସନ୍ତୋଷ ମହାରଣା ,ମଦନ ମହାରଣା,ଅର୍ଜୁନ ମହାରଣା, ଟିଲୁ ମହାରଣା,ଉପସ୍ଥିତ ରହି ନୂତନ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ l

Advertisement