Wednesday, October 14, 2026
ADVERTISEMENT
Home ଆଞ୍ଚଳିକ ପୁରୁଷୋତ୍ତମପୁର ନରସିଂହ ଦାଶ ହାଇସ୍କୁଲର ବାର୍ଷିକ ଉତ୍ସବ ପାଳନ l

ପୁରୁଷୋତ୍ତମପୁର ନରସିଂହ ଦାଶ ହାଇସ୍କୁଲର ବାର୍ଷିକ ଉତ୍ସବ ପାଳନ l

127
ADVERTISEMENT

ପୁରୁଷୋତ୍ତମପୁର,୨୧/୧(ପ୍ରଭାକର ମହାରଣା):-ପୁରୁଷୋତ୍ତମପୁର ସହର ସ୍ଥିତ ନରସିଂହ ଦାସ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଯୁଧିଷ୍ଠିର ସାହୁଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ମୂଖ୍ୟ ଅତିଥି ଭାବେ ପୁରୁଷୋତ୍ତମପୁର ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଶାଖା ପରିଚାଳକ ଦାଶରଥି ସେନାପତି, ମୂଖ୍ୟ ବକ୍ତା ପୂର୍ବତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ହରେକୃଷ୍ଣ ପଣ୍ଡା, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଏ ରାଜଗୋପାଳ ରାଓ, ସ୍କୁଲ ପରିଚାଳନା ସଭାପତି ବିରଞ୍ଚିନାରାୟଣ ପାଳ ଯୋଗଦେଇ ଥିଲେ। ଅତିଥି ବୃନ୍ଦ ଛାତ୍ରଛାତ୍ରୀମାନଙ୍କୁ ସମୟବତ୍ତୁତାସହ ଉଚ୍ଚ ସ୍ବପ୍ନ ଦେଖିବା ,ତାକୁ ସାକାର କରବା କରିବା ପାଇଁ ପରାମର୍ଶ ଦେଇଥିଲେ।ଉପସ୍ଥିତ ଅତିଥି ମାନେ କୃତି ଛାତ୍ରଛାତ୍ରୀଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରିଥିଲେ। ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ଶିକ୍ଷକ ଧନୁର୍ଦ୍ଧର ବେହେରା ସଞ୍ଜୋଜନା ଓ ହିନ୍ଦୀ ଶିକ୍ଷକ ବୃନ୍ଦାବନ ଡାକୁଆ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ପରିଚାଳନା କରିଥିଲେ।

Advertisement