Wednesday, October 14, 2026
ADVERTISEMENT
Home ଆଞ୍ଚଳିକ ଗ୍ୟାସ ସିଲିଣ୍ଡର ଲିକ୍ ରେ ନିଆ ଲାଗି ୨ପରିବାରର ୩ ବଖରା ପୋଡି ପାଉଁଶ l

ଗ୍ୟାସ ସିଲିଣ୍ଡର ଲିକ୍ ରେ ନିଆ ଲାଗି ୨ପରିବାରର ୩ ବଖରା ପୋଡି ପାଉଁଶ l

120
ADVERTISEMENT

ପୁରୁଷୋତ୍ତମପୁର,୨୦/୧(ପ୍ରଭାକର ମହାରଣା):-ପୁରୁଷୋତ୍ତମପୁର ତହସିଲ ଅନ୍ତର୍ଗତ ବଡଖରିଡା ଗ୍ରାମରେ ଦୁଇଜଣ ପରିବାରର ୩ ବଖରା ଘର ପୋଡି ପାଉଁଶ ହୋଇଯାଇଛି।ସୂଚନା ଅନୁସାରେ, ଏହି ଗ୍ରାମର ରଶ୍ମିତା ଗୌଡ ନାମକ ଜଣେ ମହିଳା ଆଜି ଡିଏସ ଏମ୍ ଏସ୍ ଜରିଆରେ ପୁରୁଷୋତ୍ତମପୁର ଗ୍ୟାସ କାଉଣ୍ଟରରୁ ଇଣ୍ଡିଆନ ଗ୍ୟାସ ସିଲିଣ୍ଡର ନେଇଥିଲେ । ନିଜ ବାସଭବନରେ ରୋଷେଇ କରୁଥିବା ବେଳେ ହଠାତ ସିଲିଣ୍ଡରରେ ନିଆଲାଗି ଚାଳ ଛପର ଘରେ ନିଆଲାଗିଯାଇଥିଲା ।ଏହା ପରେ ପଡୋଶୀ ଚିଞ୍ଚେଇ ଗୌଡଙ୍କ ଚାଳ ଘରେ ନିଆ ଲାଗି ଯାଇଥିଲା ।ସ୍ଥାନୀୟ ଜନସାଧାରଣ ନିଆ ଲିଭାଇବା ପାଇଁ ଚେଷ୍ଟା କରୁଥିବା ବେଳେ ୩ବଖରା ଘର ପୋଡିଯାଇଥିଲା । ଖବର ପାଇ ପୁରୁଷୋତ୍ତମପୁର ଅଗ୍ନିଶମ ଅଫିସର ଆଲୋକ ଦଳେଇଙ୍କ ସମେତ ଅଗ୍ନିଶମ ବାହିନୀ ପହଞ୍ଚି ନିଆକୁ ଆୟତ୍ତ କରିଥିଲେ। ସ୍ଥାନୀୟ ରାଜସ୍ବ ନିରିକ୍ଷକ କୁନି ମଲ୍ଲିକ ପହଞ୍ଚି କ୍ଷୟକ୍ଷତି ଆକଳନ କରିଛନ୍ତି । ରଶ୍ମିତା ଗୌଡଙ୍କ ଅଭିଯୋଗ,ତାଙ୍କୁ ଗ୍ୟାସ ସିଲିଣ୍ଡର ଦେବା ବେଳେ ଚେକିଂ ନକରି ଦେଇଥିବା କହିଛନ୍ତି। ଦୁଇ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥବାରୁ ସେମାନଙ୍କୁ ସରକାରୀ ସହାୟତା ପ୍ରଦାନ କରିବା ଗ୍ରାମବାସୀ ଅନୁରୋଧ କରିଛନ୍ତି।

Advertisement