Wednesday, October 14, 2026
ADVERTISEMENT
Home ଆଞ୍ଚଳିକ ମୁମ୍ବାଇ ପ୍ରବାସୀ ଓଡ଼ିଆ ସଙ୍ଗଠନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ,କାହା ସ୍ବାର୍ଥରେ ମେକ୍ ଇନ୍ ଓଡିଶା କାର୍ଯ୍ୟକ୍ରମ...

ମୁମ୍ବାଇ ପ୍ରବାସୀ ଓଡ଼ିଆ ସଙ୍ଗଠନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ,କାହା ସ୍ବାର୍ଥରେ ମେକ୍ ଇନ୍ ଓଡିଶା କାର୍ଯ୍ୟକ୍ରମ ଚାଲିଛି:ସୂର୍ଯ୍ୟ ଗୈ।ଡ l

125
ADVERTISEMENT

ପୁରୁଷୋତ୍ତମପୁର,୧୬/୧(ପ୍ରଭାକର ମହାରଣା):-ମୁମ୍ବାଇ ପ୍ରବାସୀ ଓଡିଆ ସଙ୍ଗଠନ ପକ୍ଷରୁ ଆଜି ସ୍ଥାନୀୟ ସହର ସ୍ଥିତ ସ୍ବପ୍ନେଶ୍ବର ମନ୍ଦିର କଲ୍ୟାଣ ମଣ୍ଡପରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା। ମୁମ୍ବାଇ ଉତ୍କଳ ସମିତିର ଉପସଭାପତି ସୂର୍ଯ୍ୟ ନାରାୟଣ ଗୌଡ ଏହି ସମ୍ମିଳନୀରେ ପ୍ରବାସୀ ଓଡ଼ିଆଶ୍ରମିକଙ୍କ ପ୍ରମୁଖ ସମାସ୍ୟା ଉପସ୍ଥାପନ କରିଛନ୍ତି। ପ୍ରବାସୀ ଓଡିଆ ଶ୍ରମିକମାନେ ପେଟପାଟଣା ପାଇଁ ସୁଦୂର ମୁମ୍ବାଇ, ସୁରାତ,ବାଙ୍ଗାଲୋର,ଆଦି ରାଜ୍ୟକୁ ଯାଇ ଦାଦନ ଖଟୁଛନ୍ତି । କେତେକ କମ୍ପାନୀ ଶ୍ରମିକ ମାନଙ୍କ ପ୍ରାପ୍ତ୍ୟ ଦେଉନାହାନ୍ତି ,କିଛି କମ୍ପାନୀ ଶ୍ରମିକ ମାନଙ୍କୁ ବନ୍ଦ ଘରେ ରଖି ବିନା ପାରିଶ୍ରମିକରେ ଜୋର ଜବରଦସ୍ତ ସେମାନଙ୍କ ଠାରୁ କାର୍ଯ୍ୟ କରୁଛନ୍ତି। ଏହି ଭଳି ଘଟଣା ଘଟିଛି ପୋଲସରା ବ୍ଲକ ଅନ୍ତର୍ଗତ କଳମ୍ବ ଗ୍ରାମର ଶାନ୍ତି ପ୍ରଧାନ ନାମକ ଜଣେ ଯୁବତୀଙ୍କ ସହିତ। ୧୦ରୁ ୧୨ ଶ୍ରମିକଙ୍କ ସହ ସେ, କରୋନା ପୂର୍ବରୁ ମାୟା ନଗରୀ ମୁମ୍ବାଇ ସହର କଲ୍ୟାଣରେ ଏକ ମାଛ ପ୍ୟାକିଙ୍ଗ ୟୁନିଟରେ କାର୍ଯ୍ୟ କରୁଥିବା ବେଳେ ତାଙ୍କର ପ୍ରାପ୍ତ୍ୟ ଏପର୍ଯ୍ୟନ୍ତ ମିଳିନାହିଁ। କରୋନା ସମୟରେ ଅନେକ ଛୋଟ ଠିକାଦାର ଓ ଶ୍ରମିକ ପ୍ରାପ୍ତ୍ୟ ନପାଇ ଆତ୍ମହତ୍ୟା କରିଛନ୍ତି । ସେହିପରି କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବଡଖରିଡା ଗ୍ରାମର ଦିଲ୍ଲୀପ ଗୌଡ ପେଟପାଟଣା ପାଇଁ ସୁଦୂରମୁମ୍ବାଇ ଯାଉଥିବା ବେଳେ ବ୍ରହ୍ମପୁର ଅନ୍ଧପସାର ରୋଡରେ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ଗତ ଦେଢ ବର୍ଷ ତଳେ ମୃତ୍ୟୁ ବରଣ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାଙ୍କର ମୃତ୍ୟୁ ସାର୍ଟିଫିକେଟ ମିଳିପାରି ନାହିଁ।
ସେହିପରି ନଭେମ୍ବର ମାସରେ(୨୦୨୨) କବିସୂର୍ଯ୍ୟନଗରର ଭଗବାନ ପଳତା କାମ କରିବା ପାଇଁ ସାଙ୍ଗ ମାନଙ୍କ ସହ ପୁନେ ଯାଇଥିଲେ ।ବର୍ତ୍ତମାନ ତାଙ୍କର କୋୖଣସି ପତ୍ତା ମିଳୁନଥିବାରୁ କବିସୂର୍ଯ୍ୟନଗର ଥାନାରେ ଏତଲା ଦିଆଯାଇଛି ।ଦୈନିକ ବାହାର ରାଜ୍ୟରେ ପ୍ରବାସୀ ଓଡ଼ିଆଙ୍କ କୈଣସି କାରଣରୁ ମୃତ୍ୟୁ ହୋଇଥାଏ ,ସେମାନଙ୍କ ମରଶରକୁ ନିଜ ଜନ୍ମ ମାଟିକୁ ଆଣିବା ପାଇଁ ଅନେକ ଅସୁବିଧା ହୋଉଅଛି ।
ଏହା ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନକୁ ମଧ୍ୟ ବାରମ୍ବାର ଅବଗତ ଯାଇଥିଲା ।କରୋନା ସମୟରେ ପ୍ରବାସୀ ଓଡ଼ିଆଙ୍କ ନିଜ ଜନ୍ମ ମାଟିକୁ ଫେରିବା ପାଇଁ କେଉଁ ସବୁ ଅସୁବିଧା ହୋଇଥିଲା ସମସ୍ତଙ୍କୁ ଜଣା ।ଗଞ୍ଜାମ ଜିଲ୍ଲାରେ ଯଦି ସ୍ଥାୟୀ ରୋଜଗାର ପାଇଁ ବିଭିନ୍ନ ପ୍ରକଳ୍ପ ନିର୍ମାଣ କରିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି।
ମେକ୍ ଇନ ଓଡିଶା କାହା ସ୍ବାର୍ଥ ପାଇଁ କରାଯାଉ ଥିବା ସେ ପ୍ରଶ୍ନ କରିଛନ୍ତି ।ଏହି ସାମ୍ବାଦିକ ସମ୍ମିଳନୀରେ ଏସ୍ କୁମାର, ଅଶ୍ବିନୀ କୁମାର ସାହୁ, ସୁରେନ୍ଦ୍ର ଗୌଡ, ରବି ଗୌଡ, ପୀତବାସ ସାହୁ, ଶାନ୍ତି ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Advertisement