Wednesday, October 14, 2026
ADVERTISEMENT
Home ଆଞ୍ଚଳିକ ମା’ତାରାତାରିଣୀଙ୍କୁ ଦର୍ଶନ କଲେ କନ୍ଧମାଳ ସାଂସଦ l

ମା’ତାରାତାରିଣୀଙ୍କୁ ଦର୍ଶନ କଲେ କନ୍ଧମାଳ ସାଂସଦ l

105
ADVERTISEMENT

ପୁରୁଷୋତ୍ତମପୁର,୧୩/୧(ପ୍ରଭାକର ମହାରଣା):-ଦକ୍ଷିଣ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀ ମନ୍ଦିର ଦର୍ଶନରେ ରାଜ୍ୟ ତଥା ବାହାର ରାଜ୍ୟରୁ ଶହଶହ ଶ୍ରଦ୍ଧାଳୁ ଆସୁଥିବା ଦେଖିବାକୁ ମିଳିଛି । ଗୁରୁବାର ଅପରାହ୍ନରେ କନ୍ଧମାଳ ସାଂସଦ ତଥା କିଟ୍ ଓ କିସ୍ ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ କୁମାର ସାମନ୍ତ ମା ତାରାତାରିଣୀଙ୍କ ମନ୍ଦିର ଦର୍ଶନ କରିଛନ୍ତି। ସେବାୟତ ବାପୁଜୀରଣା ମାଙ୍କୁ ଦର୍ଶନ କରେଇବା ସହମନ୍ଦିରର ନିତିରୀତି ଉପରେ କହିଥିଲେ। ଶ୍ରୀ ସାମନ୍ତ ଙ୍କୁ ପ୍ରବାସୀ ଓଡ଼ିଆ ସଂଘଠନ ପକ୍ଷରୁ ମୁମ୍ବାଇ ଉତ୍କଳ ସମିତି ର ଭାଇସ୍ ପ୍ରେସିଡେଣ୍ଟ ସୂର୍ଯ୍ୟ ନାରାୟଣ ଗୋୖଡ,ଏସ୍ କୁମାର (ଫିଲ୍ମ ପ୍ରଡ୍ୟୁସର),ପିତାବାସ ସାହୁ , ଭଗବାନ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ।ପ୍ରବାସୀ ଓଡ଼ିଆ ସଂଘଠନ, ବିଜେଡି ନାରୀ ନେତ୍ରୀ ଆରତୀ ଭୂୟାଁ ପ୍ରମୁଖ ଉପସ୍ଥିତ ଥିଲେ।ମା ଙ୍କୁ ଦର୍ଶନ କରି ସନ୍ଧ୍ୟା ସମୟରେ ବ୍ରହ୍ମପୁର ରେ ଅନୁଷ୍ଠିତ ରାଜା ବାହାଦୂର ରାମଚନ୍ଦ୍ର ମର୍ଦ୍ଦରାଜ ମହୋତ୍ସବରେ ମୁଖ୍ୟ ଅତିଥି ଯୋଗଦେଇଛନ୍ତି । ଏହି ଅବସରରେ ମୁଖ୍ୟ ଅତିଥି ଡ଼.ସାମନ୍ତ ଙ୍କୁ ପ୍ରଥମ’ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ’ ସମ୍ମାନରେ ସମ୍ମାନିତ କରାଯାଇଥିଲା।
ବର୍ତମାନ ଶୀତଋତୁ ଚାଲିଛି, ଏହି ସମୟରେ ଅଧିକପର୍ଯ୍ୟଟକ ମା ଙ୍କ ମନ୍ଦିର ଦର୍ଶନ କରିବା ସହ ପାହାଡ଼ ପାଦଦେଶରେ ଭୋଜିଭାତ ଆସରରେ ମଜା ଉଠାଉଥିବା ଦେଖିବାକୁ ମିଳିଛି ।

Advertisement