Wednesday, October 14, 2026
ADVERTISEMENT
Home ଆଞ୍ଚଳିକ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବାର୍ଷିକ ଉତ୍ସବ l

ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବାର୍ଷିକ ଉତ୍ସବ l

117
ADVERTISEMENT

ପୁରୁଷୋତ୍ତମପୁର,୧୧/୧(ପ୍ରଭାକର ମହାରଣା):-ଗଞ୍ଜାମ ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପୁରୁଷୋତ୍ତମପୁର ଶାଖାର ଶ୍ରୀ ସ୍ବପ୍ନେଶ୍ବର ମନ୍ଦିର ପ୍ରାଙ୍ଗଣରେ ଚତୁର୍ଦ୍ଦଶ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ଉଦ୍ ଘାଟିକା ଭାବେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ମୁଖ୍ୟ ଅତିଥି ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ , ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ଏନ୍ ଏ ଏସି ଅଧ୍ୟକ୍ଷା ପ୍ରିୟଙ୍କା ଗୋୖଡ ପ୍ରମୁଖ ଉପସ୍ଥିତ ଥିଲେ। ଉପସ୍ଥିତ ଅତିଥିବୃନ୍ଦ ପାଞ୍ଚଜଣ ବରିଷ୍ଠ ନାଗରିକ ( ୮୦ବର୍ଷରୁ ଉର୍ଦ୍ଧ୍ବ )ଙ୍କୁ ଉପଢୌକନ ଓ ପୁଷ୍ପଗୁଛ ଦେଇ ସମ୍ମାନିତ କରିଥିଲେ। ମୁଖ୍ୟ ବକ୍ତା ଭାବେ ସଂଘର ରାଜ୍ୟ ସମ୍ପାଦକ ଶ୍ୟାମସୁନ୍ଦର ଖାଡଙ୍ଗା ଅବସରପ୍ରାପ୍ତ କର୍ମଚାରୀଙ୍କ ସମସ୍ୟା ଓ ସଂଗଠନର ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରଜନୀ କାନ୍ତ ମଣ୍ଡଳ, ସୋମନାଥ ସାହୁ ,ଏ ରାଜଗୋପାଳ ରାଓ, ଗଞ୍ଜାମ ଜିଲ୍ଲାର ବିଭିନ୍ନ ଶାଖାର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ। ଏବଂ କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷାବିତ ପ୍ରଫୁଲ୍ଲ କୁମାର ରଥ, ସମ୍ପାଦକ ହରିହର ପଣ୍ଡା ସଞ୍ଜୋଜନା କରିଥିବା ବେଳେ ସଭାପତି ନରସିଂହ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Advertisement