Wednesday, October 14, 2026
ADVERTISEMENT
Home ଆଞ୍ଚଳିକ ଜଗଦଳପୁରରେ ଭଲିବଲ ଟୁର୍ନାମେଣ୍ଟ ସହ ରଙ୍ଗୋଲି କାର୍ଯ୍ୟକ୍ରମ ଅନୁଷ୍ଠିତ l

ଜଗଦଳପୁରରେ ଭଲିବଲ ଟୁର୍ନାମେଣ୍ଟ ସହ ରଙ୍ଗୋଲି କାର୍ଯ୍ୟକ୍ରମ ଅନୁଷ୍ଠିତ l

121
ADVERTISEMENT

କୁକୁଡାଖଣ୍ଡି,୧୧/୧(ଇ.ରଞ୍ଜନ):-କୁକୁଡାଖଣ୍ଡି ବ୍ଲକ ଜଗଦଳପୁର ଗ୍ରାମରେ ଆଜି ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ହକି ଇଣ୍ଡିଆ ତରଫରୁ ଗ୍ରାମାଞ୍ଚଳ ଯୁବଖେଳ ପ୍ରେମୀଙ୍କୁ ଉତ୍ସାହିତ କରିବା ପାଇଁ ସରକାରଙ୍କ ତରଫରୁ ଭଣ୍ଡାରୀ ସାହିରେ ଭଲିବଲ ଟୁର୍ଣ୍ଣାମେଣ୍ଟ ଶୁଭାରମ୍ଭ ହୋଇଯାଇଛି l ଏହି ଭଲିବଲ ଟୁର୍ଣ୍ଣାମେଣ୍ଟ କାର୍ଯ୍ୟକ୍ରମକୁ ସରପଞ୍ଚ କ୍ରାନ୍ତି କୁମାରୀ ଦେବୀ ଉଦ୍ଘାଟନ କରିଥିବାବେଳେ ଏଥିରେ ବ୍ଲକ ଅଧକ୍ଷ କାମାକ୍ଷା ପ୍ରସାଦ ପାତ୍ର, ଉପାଧକ୍ଷା ବିଷ୍ଣୁପ୍ରିୟା ପାତ୍ର, ଦିଗପହଣ୍ଡି ବିଧାୟକପ୍ରତିନିଧି ଉଦୟନାଥ ବେହେରା, ସମିତିସଭ୍ୟ ରବୀନ୍ଦ୍ରନାଥ ପାତ୍ର, କେ. ତ୍ରିନାଥ ପାତ୍ର,ପୂର୍ବତନ ସରପଞ୍ଚ ହାଡୁବନ୍ଧୁ ବେହେରା, ହରି ଡାକୁଆ, ବାବୁଲି ବେହେରା, ନାରାୟଣପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଗ୍ରାମର ଯୁବ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ l ପରବର୍ତ୍ତୀ ସମୟରେ ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ରଙ୍ଗୋଲି ସରକାରୀ କାର୍ଯ୍ୟକ୍ରମରେ ମହିଳା ସୟଂଚାଳିତ ଗ୍ରୁପ ସଦସ୍ୟ ମାନଙ୍କ ଦ୍ୱାରା ହକି ଇଣ୍ଡିଆକୁ ବିଭିନ୍ନ ରଙ୍ଗରେ ସୁସଜିତ କରିଥିବା ନେଇ ଅତିଥି ମାନେ ମହିଳା ମାନଙ୍କ ମନମୁଗ୍ଧକର ଚିତ୍ରାଙ୍କନ ଦେଖି ବେଶ ପ୍ରଶଂସା ସାଉଁଟିଥିଲେ l

Advertisement