Friday, September 25, 2026
ADVERTISEMENT
Home ଆଞ୍ଚଳିକ ସ୍ଥାନୀୟ ହିଲଟପ ସ୍ନାତକ ମହାବିଦ୍ୟାଳୟ ପରିସରରେ ବିଶ୍ୱ ହକି ନିମନ୍ତେ ଏକ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ...

ସ୍ଥାନୀୟ ହିଲଟପ ସ୍ନାତକ ମହାବିଦ୍ୟାଳୟ ପରିସରରେ ବିଶ୍ୱ ହକି ନିମନ୍ତେ ଏକ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି |

138
ADVERTISEMENT

ମୋହନା,୧୦/୧(ମୋହନ ଗୌଡ଼):-ସ୍ଥାନୀୟ ହିଲଟପ ସ୍ନାତକ ମହାବିଦ୍ୟାଳୟ ପରିସରରେ ବିଶ୍ୱ ହକି ନିମନ୍ତେ ଏକ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରଙ୍ଗୋଲି କାର୍ଯ୍ୟକ୍ରମ କରାଯାଇଥିଲା |ଏଥିରେ ଅଂଶ ଗ୍ରହଣ କରିଥିବା ପ୍ରତିଯୋଗୀ ମାନଙ୍କୁ ଆସନ୍ତା ବାର୍ଷିକ ଉତ୍ସବ ଦିନ ପୁରସ୍କୃତ କରାଯିବ ବୋଲି ମହାବିଦ୍ୟାଳୟ ପକ୍ଷରୁ ନିଷ୍ପତି ଗ୍ରହଣ କରାଯାଇଛି | ଏବଂ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ହକିର ବିଭିନ୍ନ ଆକୃତିର ବ୍ୟାନର ଓ ପୋଷ୍ଟର ଧରି ମହାବିଦ୍ୟାଳୟ ଠାରୁ ବାହାରି ବ୍ଲକ କାର୍ଯାଳୟ ପର୍ଯ୍ୟନ୍ତ ସ୍ଲୋଗାନ ଦେଇ ସର୍ବ ସାଧାରଣଙ୍କୁ ହକିର ଗୁରୁତ୍ୱ ସମ୍ପର୍କରେ ସଚେତନତା କରିଥିଲେ | ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶୁଭ୍ରକାନ୍ତ ମହାନ୍ତିଙ୍କ ସହ ସମସ୍ତ ଅଧ୍ୟାପକ, ଅଧ୍ଯାପିକା ଓ କର୍ମଚାରୀ ସହଯୋଗ କରିଥିଲେ | ଏବଂ ବିଦ୍ୟାର୍ଥୀଙ୍କ ମଧ୍ୟରେ ବିପୁଳ ଆନନ୍ଦ ଓ ଉତ୍ସାହ ଦେଖାଦେଇଥିଲା ।

Advertisement