Tuesday, September 22, 2026
ADVERTISEMENT
Home ମୁଖ୍ୟ ଖବର ନବୀନ ନିବାସ ଆଗରେ ମହିଳାଙ୍କ ଆତ୍ମହୁତି ଉଦ୍ୟମ

ନବୀନ ନିବାସ ଆଗରେ ମହିଳାଙ୍କ ଆତ୍ମହୁତି ଉଦ୍ୟମ

578
ADVERTISEMENT

ଭୁବନେଶ୍ୱର,(ଦୁନିଆ ହାଲ୍ ଚାଲ୍): ଆଜି ଜଣେ ମହିଳା ନବୀନ ନିବାସ ସାମ୍ନାରେ ଆତ୍ମାହୁତି ଉଦ୍ୟମ କରିଥିଲେ। ସେ ତାଙ୍କ ଦେହରେ ପେଟ୍ରୋଲ୍ ଢାଳି ନିଆଁ ଲଗାଇବାକୁ ଉଦ୍ୟମ କଲା ବେଳେ ସେଠାରେ ଉପସ୍ଥିତ ସୁରକ୍ଷାକର୍ମୀମାନେ ତାଙ୍କୁ କାବୁ କରି ନେଇଥିଲେ।ମହିଳା ଜଣଙ୍କ ବିଜେଡିର ଉଦଳା ପ୍ରାର୍ଥୀ ଶ୍ରୀନାଥ ସୋରେନ୍‌ଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, “ଶ୍ରୀନାଥ ସୋରେନ୍ ତାଙ୍କ ଇଜ୍ଜତ ସହିତ ଖେଳିଛନ୍ତି। ଏନେଇ ଅଭିଯୋଗ କଲେ ମଧ୍ୟ ମୋତେ ନ୍ୟାୟ ମିଳିନାହିଁ। ସେଥିପାଇଁ ମୁଁ ଆତ୍ମାହୁତି ଉଦ୍ୟମ କରିଥିଲି।” ପୁଲିସ୍ ତାଙ୍କୁ ଉଦ୍ଧାର କ୍ୟାପିଟାଲ୍‌ ହସ୍‌ପିଟାଲ୍‌କୁ ନେଇଯାଇଥିଲା।


Advertisement