Wednesday, October 14, 2026
ADVERTISEMENT
Home ଆଞ୍ଚଳିକ ଅରଖପୁର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ହକି ବିଶ୍ଵକପ୍ ପାଇଁ ରଙ୍ଗୋଲୀ କାର୍ଯ୍ୟକ୍ରମ l

ଅରଖପୁର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ହକି ବିଶ୍ଵକପ୍ ପାଇଁ ରଙ୍ଗୋଲୀ କାର୍ଯ୍ୟକ୍ରମ l

140
ADVERTISEMENT

ପୁରୁଷୋତ୍ତମପୁର,୦୭/୧(ପ୍ରଭାକର ମହାରଣା):-ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଅରଖପୁର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପୁରୁଷ ହକି ବିଶ୍ଵକପ୍ ପାଇଁ ଏକ ରଙ୍ଗୋଲୀ କାର୍ଯ୍ୟକ୍ରମ ହୋଇଛି। ସରପଞ୍ଚ ରଶ୍ମିତା ସେଠି ଓ ସମିତି ସଭ୍ୟା ମିନତୀ ବେହେରା ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏକ ରଙ୍ଗୋଲୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଗାମୀ ବିଶ୍ବକପ୍ ହକି ରାଜ୍ୟ ରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହାର ପ୍ରଚାର ପ୍ରସାର ପ୍ରତି ଗାଁ ଗାଁରେ ପହଞ୍ଚିବ ପାଇଁ ସଚେତନତା ମଧ୍ୟ କରାଯାଉଛି।ଏଥିରେ ଗ୍ରାମର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ , ଯୁବକ ଯୁବତୀ ଅଂଶ ଗ୍ରହଣ ଥିଲେ । ପଞ୍ଚାୟତ ନିର୍ବାହୀ ଅଧିକାରୀ କେଶବ ଗୈାଡ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ନାଏବ ସରପଞ୍ଚ ରିନା ଖୁଣ୍ଟିଆ, ଦତ୍ତରାଜ ସାହୁ,ନିଳାଞ୍ଚଳ ବେହେରା, ଶୁଶାନ୍ତ ସେଠି , ଶଙ୍କର ଖୁଣ୍ଟିଆ ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ଥିଲେ ।

Advertisement