Wednesday, October 14, 2026
ADVERTISEMENT
Home ଆଞ୍ଚଳିକ ପଞ୍ଚାୟତ ସମିତିବୈଠକ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ପ୍ରଶାସନିକ ଅଧିକାରୀଙ୍କୁ ଘେରିଲେ ଜନପ୍ରତିନିଧି l

ପଞ୍ଚାୟତ ସମିତିବୈଠକ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ପ୍ରଶାସନିକ ଅଧିକାରୀଙ୍କୁ ଘେରିଲେ ଜନପ୍ରତିନିଧି l

130
ADVERTISEMENT

କୁକୁଡାଖଣ୍ଡି,୦୭/୧(ଇ ରଞ୍ଜନ):-କୁକୁଡାଖଣ୍ଡି ବ୍ଲକ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ଥିବା କନଫରେନ୍ସ କକ୍ଷରେ ବ୍ଲକଅଧକ୍ଷ କାମାକ୍ଷା ପ୍ରସାଦ ପାତ୍ରଙ୍କ ଅଧ୍ୟକ୍ଷତାରେ ଦ୍ଵିତୀୟ ଅଧିବେଶନ ଦୀର୍ଘ ୯ମାସ ପରେ ଅନୁଷ୍ଠିତ ହୋଇଯାଇଛି l ଦ୍ଵିତୀୟ ସମିତି ବୈଠକରେ ବିଡ଼ିଓ ପଲ୍ଲବୀ ସ୍ୱାଇଁ, ଉପାଧିକ୍ଷା ବିଷ୍ଣୁପ୍ରିୟା ପାତ୍ର,ବ୍ଲକ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଅନୁରାଗ ରଥ,ସିଡିପିଓ କୁସିମ ସାହୁ,ଏବିଡ଼ିଓ ବିଜୟ ପ୍ରଧାନ, ସିମାଞ୍ଚଳ ମସ୍ତି ମଞ୍ଚାସିନ ଥିବା ବେଳେ ବିଭିନ୍ନ ସରକାରଙ୍କ କାର୍ଯ୍ୟରେ ସମିତିସଭ୍ୟ ମାନଙ୍କୁ ସୂଚନାରୁ ବାଦଦେଉଥିବାରୁ ମଞ୍ଚାସିନ ବିଡ଼ିଓ ଏବଂ ଦାୟିତ୍ୱରେ ଥିବା ବିଭିନ୍ନ ବିଭାଗର ଅଧିକାରୀଙ୍କୁ ଘେରିଥିଲେ l ବୈଠକ ୨ ମାସ ରୁ ୩ ମାସ ମଧ୍ୟରେ ଅନୁଷ୍ଠିତ ହେବାର ନିୟମ ରହିଥିବା ବେଳେ ୯ମାସ ବିତିଯାଇଛି ଏହା ସହ ଏହି ବୈଠକକୁ ସାଂସଦ କିମ୍ବା ଗୋପାଳପୁର ବିଧାୟକ କିମ୍ବା ପ୍ରତିନିଧିଙ୍କୁ ଅଣଦେଖା କରିଥିବା ନେଇ ଲାଞ୍ଜିଆ ସମିତିସଭ୍ୟ କାଁହୁ ଚରଣ ପାତ୍ର ଏବଂ ଲୋଚାପୋଡ଼ା ସମିତିସଭ୍ୟ ଚଣ୍ଡୀ ଚରଣ ସାହୁ ଅଭିଯୋଗ କରିଥିଲେ l ବୈଠକ ପ୍ରଥମରୁ ମନରେଗା ଯୋଜନା,କୃଷି ବିଭାଗ, କୃଷି ଉଦ୍ୟାନ,ଜଙ୍ଗଲ ଓ ଜଳବାୟୁସୁରକ୍ଷା,ପ୍ରାଣୀସମ୍ପଦ,ଖାଦ୍ୟ ଓ ଯୋଗାଣ ବିଭାଗ,ସମନିତ୍ବ ଶିଶୁ ବିକାଶ, ବୈଷୟିକ ବିଭାଗ,ସ୍ୱାସ୍ଥ୍ୟ ଏବଂ ଜଳ ଓ ପରିମଳ ବିଭାଗର ଆଲୋଚନା ହୋଇଥିଲା l ମନରେଗାରେ ଚଳିତବର୍ଷ ୯.୮0ହଜାର କର୍ମନିଯୁକ୍ତି ରହିଥିବା ବେଳେ ଜିପି.ଡିପି ଯୋଜନା ଅଗ୍ରଗତି ଏବଂ ଆବାସ ଯୋଜନାରେ ବ୍ୟତିକ୍ରମ କରି ଅନ୍ୟ ସମସ୍ତ ବ୍ୟବସ୍ଥା ଉପରେ କାର୍ଯ୍ୟ ତ୍ୱରାନ୍ୱିତ କରାଯିବା ନେଇ ଆଲୋଚନା ହୋଇଛି l କୃଷି ବିଭାଗ ର ଆଲୋଚନା ବେଳେ ରବି ଫସଲ ଅନିୟମିତତା ହୋଇଥିବା ବୈଠକ ରେ ସରଗରମ ହୋଇଥିଲା ସମିତି ମେମ୍ବର ମାନଙ୍କ ପ୍ରଶ୍ନବାଣ ରେ ଘାଇଲା ହେଲେ କୃଷି ବିଭାଗର ଅତିରିକ୍ତ ଅଧିକାରୀ ବିଶ୍ୱରଞ୍ଜନ ବେହେରା ମୁଗ ଚାଷୀଙ୍କୁ ବଣ୍ଟନରେ ଟାଳଟୁଳ ନିତି ଅବଲମ୍ବନ କରିଥିବା ସହ ସମିତିମେମ୍ବର ମାନଙ୍କୁ କାହିଁକି ଅବଗତ ହେଉନାହିଁ ବୋଲି ସମିତି ସଭ୍ୟ ଚଣ୍ଡୀଚରଣ ସାହୁ ଅଭିଯୋଗ କରିଥିବା ବେଳେ ବ୍ଲକର ଯେକୌଣସି ଜନହିତକର କାର୍ଯ୍ୟରୁ ସମିତିମେମ୍ବର ମାନଙ୍କୁ କୋଣ ଠେସା କରିଥିବାରୁ ସମିତି ମେମ୍ବର ପଦରୁ ସାମୁହିକ ଭାବେ ଇସ୍ତପା ଦେବା ପାଇଁ ନିଷ୍ପତି ନେବା ପାଇଁ ଶେଷରେ ଜଗଦଳପୁର ସମିତି ସଭ୍ୟ ବି.ରବୀନ୍ଦ୍ରପାତ୍ର ଆୟୋଜିତ ସଭାରେ ମତପ୍ରକାଶ କରିଥିଲେ l ସେହିପରି ଗ୍ରାମ୍ୟ ଜଳ ଓ ପରିମଳ ବିଭାଗର ସ୍ୱଚ୍ଛତା ଉପରେ ପ୍ରଶ୍ନ କରି ଗାଁରେ ପରିମଳ ଅବ୍ୟବସ୍ଥା ସହ ଯେଉଁ ଶୌଚାଳୟ ବଣ୍ଟନ ହୋଇଛି ତାହାର ବକେୟା ହୋଇନଥିବା ରବୀନ୍ଦ୍ର ପାତ୍ର ଅଭିଯୋଗ କରିଛନ୍ତି , ସେହିପରି ଯୋଗାଣ ବିଭାଗର ଦାୟିତ୍ୱ ସୁଚାରୁପେ ପାଳନ ହେଉନଥିବା ସହ ୨ ରୁ ୩ ବର୍ଷ ଅତିକ୍ରମ ହୋଇଥିବା ସ୍ୱତେ ବି ରେସନ କାର୍ଡ ରେ ନାମ ପଞ୍ଜିକରଣ କାହିଁକି କରାଯାଉନାହିଁ ବୋଲି କାଁହୁପାତ୍ର ଙ୍କ ଅଭିଯୋଗ, ସମନିତ୍ୱ ଶିଶୁ ବିକାଶ ଯୋଜନାରେ ଯେଉଁ ଛତୁଆ ବଣ୍ଟନ ହେଉଛି ତାହା ନିନ୍ନମାନ ଥିବା ରୁ ଛୁଆ ମାନଙ୍କ ପାଇଁ ନୁହେଁ ଏହା ଗାଇ ମାନଙ୍କୁ ଦେଲେ ମଧ୍ୟ ଖାଇବେ କି ନାହିଁ ତାହା ଉପରେ ପ୍ରଶ୍ନ କରି ସିଡିପିଓ କୁସୁମ ସାହୁଙ୍କ ବକ୍ତବ୍ୟ ରେ ପ୍ରଶ୍ନ କରି ଘାଇଲା କରିଲେ ବାଘଲଟି ସମିତି ସଭ୍ୟ ସାରଥୀ ଗୌଡ଼,ମହୁଡା ସମିତିସଭ୍ୟ ଯତୀନ୍ଦ୍ର ପାତ୍ର, କାଁହୁ ପାତ୍ର, ଚଣ୍ଡୀଚରଣ ସାହୁ ସମସ୍ତେ ମିଳିତଭାବେ ପଶୁ ମାନଙ୍କ ପାଇଁ ମଧ୍ୟ ଛତୁଆ ଊର୍ଦ୍ଧିଷ୍ଟ ନୁହେଁ ବୋଲି ମତପ୍ରକାଶ କରିଛନ୍ତି l ଏବଂ ଜଗଦଳପୁର ସମିତିସଭ୍ୟ ଉକ୍ତ ଗ୍ରାମରେ ଥିବା ରୋଗୀ ଆରୋଗ୍ୟ ସ୍ୱାସ୍ଥ୍ୟ କେନ୍ଦ୍ର କ୍ଳଷ୍ଟରସ୍ତରୀୟ ମେଡିକାଲର ଅବ୍ୟବସ୍ଥା ନେଇ ସୂଚାଇଥିଲେ l ଏହି ବୈଠକ ରେ ବିଧାୟକ ପ୍ରତିନିଧି ଉଦୟ ବେହେରା, ସାଂସଦ ପ୍ରତିନିଧି ନିରଞ୍ଜନ ମହାନ୍ତି, ସରପଞ୍ଚ ସଭାପତି ବୈଶିଷ୍ଟ୍ୟ ଜେନା,ବଉଳଝୋଳି ସମିତିସଭ୍ୟା ଲିଲି ସଂଗ୍ରାମ ସିଂ,ଲକ୍ଷ୍ମୀ ସ୍ୱାଇଁ,ଗୁରୁଣ୍ଠି ସରପଞ୍ଚ ମାଗତା ପାତ୍ର,ସମିତିସଭ୍ୟା କେ.ରାଜଲକ୍ଷ୍ମୀ ଦାସ,ଏବଂ ସମସ୍ତ ସରକାରୀ ଅଧିକାରୀ,ଜିଲ୍ଲା ପରିଷଦ ସରପଞ୍ଚ ଉପସ୍ଥିତ ଥିଲେ l

Advertisement