Friday, September 25, 2026
ADVERTISEMENT
Home ଆଞ୍ଚଳିକ ଗଜପତି ଜିଲ୍ଲାପାଳଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ମୋହନା ବ୍ଳକର ବିଭିନ୍ନ ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ଭଲିବଲ ମ୍ୟାଚ...

ଗଜପତି ଜିଲ୍ଲାପାଳଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ମୋହନା ବ୍ଳକର ବିଭିନ୍ନ ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ଭଲିବଲ ମ୍ୟାଚ ଅନୁଷ୍ଠିତ ।

119
ADVERTISEMENT

ମୋହନା,୦୭/୧(ମୋହନ ଗୌଡ଼):-ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ମୋହନା ବ୍ଳକର ବିଭିନ୍ନ ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ଭଲିବଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପଞ୍ଚାୟତ ସ୍ତରରୁ ଭଲିବଲ ପ୍ରତିଯୋଗୀତାରେ କୃତୀତ୍ଵ ହାସଲ କରିଥିବା ପ୍ରତିଯୋଗୀମାନେ ବ୍ଳକ ସ୍ତରୀୟ ପ୍ରତିଯୋଗୀତାରେ ଭାଗ ନେଇଥିଲେ। ୩ଦିନ ଧରି ସଦର ମହକୁମା ମୋହନା ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଓ କସ୍ତୁରବା ବାଳିକା ବିଦ୍ୟାଳୟ ଖେଳପଡିଆଠାରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଶେଷଦିନ ଫାଇନାଲ ମ୍ୟାଚରେ ମୋହନା ଟିମ ସହିତ ବାଘମାରି ଟିମର କଡା ମୁକାବିଲା ହୋଇଥିଲା। ଶେଷରେ ବାଘମାରି ଟିମ୍ ମୋହନା ଟିମକୁ ପରାସ୍ତ କରି ଚମ୍ପିଆନ୍ ହୋଇ ଟ୍ରଫି ହାସଲ କରିଥିଲା। ବାଘମାରି ଟିମର ହିଟର ସଚ୍ଚିନ ନେଟର ସୂରଜ ପାଲ, ପ୍ରଦୀପ, ସୃଷ୍ଟି,ସୁକାନ୍ତ ବିଚ ପାଲ ପ୍ରମୁଖ ଖେଳାଳି ଉନ୍ନତ ମାନର ଖେଳ ପ୍ରଦର୍ଶନ କରିଥିଲେ।ଏହି କାର୍ଯ୍ୟକ୍ରମରେ ବିଡିଓ ତପସ୍ଵିନୀ ହାଁସଦା,ବ୍ଲକ ଅଧ୍ୟକ୍ଷ , ଜିପିଇଓ ଖଗେଶ୍ଵର ଭୂୟାଁ, ଏବିଡିଓ ରମାକାନ୍ତ ଚୌଧୁରୀ, ସରପଞ୍ଚ ଜୟସେନ ଶବର, ପିଇଓ ବୀଣା ଗମାଙ୍ଗ, ସେକ୍ସସନ ଅଫିସର ବେଣୁଧର ଚଣ୍ଡ ପ୍ରମୁଖ ଉପସ୍ଥିତ ରହି ବିଜେତା ଦଳକୁ ଟ୍ରଫି ପ୍ରଦାନ କରିଥିଲେ।

Advertisement