Wednesday, October 14, 2026
ADVERTISEMENT
Home ଆଞ୍ଚଳିକ ଶ୍ରୀ ତୁମ୍ବେଶ୍ବର ସମବାୟ ସମିତି ଧାନମଣ୍ଡି ଉଦ୍ ଘାଟିତ l

ଶ୍ରୀ ତୁମ୍ବେଶ୍ବର ସମବାୟ ସମିତି ଧାନମଣ୍ଡି ଉଦ୍ ଘାଟିତ l

102
ADVERTISEMENT

ପୁରୁଷୋତ୍ତମପୁର,୦୭/୧(ପ୍ରଭାକର ମହାରଣା):-ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ପ୍ରତାପୁର ଗ୍ରାମସ୍ଥିତ ଶ୍ରୀ ତୁମ୍ବେଶ୍ବର ସେବା ସମବାୟ ସମିତିରେ ଧାନ ମଣ୍ଡି ଉଦ୍ ଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ବ୍ଲକ୍ ଅଧ୍ୟକ୍ଷା ପିଙ୍କି ବେହେରା, ଆସ୍କା ଲୋକସଭା ସାଂସଦ ବ୍ଲକ୍ ପ୍ରତିନିଧି ତଥା ସମବାୟ ସମିତି ସଭାପତି ସୁଦର୍ଶନ ନାୟକ,ସମାଜସେବୀ ଜଗତପଣ୍ଡା,ଜିଲ୍ଲା ପରିଷଦ ସଭ୍ୟ ଭଜମନ ବେହେରା,ଆଛୁଲି ସରପଞ୍ଚ ସୁଧାକର ଗୈାଡ, ଡାଇରେକ୍ଟର ଜିତେନ୍ଦ୍ର କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଉଦ୍ ଘାଟିତ କରିଥିଲେ।ହାଣ୍ଡିଘର,ଆଛୁଲି,ପ୍ରତାପୁର ତିନି ପଞ୍ଚାୟତର ମଣ୍ଡିରେ ପଞ୍ଜିକୃତ ଚାଷୀମାନେ ଧାନ ବିକ୍ରି କରିପାରିବେ। ପ୍ରଥମ ପର୍ଯ୍ୟାୟରେ ୬୨୨୪ କୁଇଣ୍ଟାଲ ଧାନ ବିକ୍ରି ପାଇଁ ଅନୁମତି ମିଳିଥିବା ସମବାୟ ସମ୍ପାଦକ ସିମାଞ୍ଚଳ ରାଉଳ ସୂଚନା ଦେଇଛନ୍ତି। ପ୍ରଥମ ଦିନରେ ଚାଷୀ ଜିଜେତ୍ର ପଣ୍ଡାଙ୍କ ୬୨କୁଇଣ୍ଟାଲ ଧାନ କିଣାଯାଇଛି । ଅନ୍ୟ ମାନଙ୍କ ମଧ୍ୟରେ ଡାଇରେକ୍ଟର ପ୍ରଭାକର ରାଉଳ, ରଙ୍ଗନାଥ ରାଉଳ, ନାରାୟଣ ବେହେରା, କ୍ଷେତ୍ରବାସୀ ବେହେରା ବସନ୍ତ ମହାପାତ୍ର, ସୂର୍ଯ୍ୟ ନାରାୟଣ ବେହେରା, ସନ୍ତୋଷ ରାଉଳ ପ୍ରମୁଖ ଉପସ୍ଥିତ ଥିଲେ। ମଣ୍ଡି ଆରମ୍ଭ ହୋଇଯାଇଥିବାରୁ ଚାଷୀମାନେ ଖୁସି ହୋଇଥିବା ଦେଖିବାକୁ ମିଳିଛି  ।

Advertisement