Wednesday, October 14, 2026
ADVERTISEMENT
Home ଆଞ୍ଚଳିକ ସୋନପୁର ବେଳାଭୂମି ଠାରେ ସୋନପୁରର ସମସ୍ତ ସଭ୍ୟ ସହଯୋଗରେ ସଫେଇ କାର୍ଯ୍ୟକ୍ରମ  l

ସୋନପୁର ବେଳାଭୂମି ଠାରେ ସୋନପୁରର ସମସ୍ତ ସଭ୍ୟ ସହଯୋଗରେ ସଫେଇ କାର୍ଯ୍ୟକ୍ରମ  l

140
ADVERTISEMENT

ଚିକିଟି,୬/o୧(ଋଷିକେଶ ବେହେରା):-ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଅନ୍ତର୍ଗତ ସୋନପୁର ବେଳାଭୂମି ଠାରେ ଚଳିତ ବର୍ଷ କରୋନା କଟକଣା ଯୋଗୁଁ ପର୍ଯ୍ୟଟକଙ୍କୁ କଟକଣା କରାଯାଇଥିଲା କିନ୍ତୁ ନବବର୍ଷରେ ବ୍ଲୁରିଟ୍ରେଟି ଦେଖିବା ପାଇଁ ବହୁ ପର୍ଯ୍ୟଟକଙ୍କ ଭିଡ଼ ଲାଗିରହିଥିଲା l ବହୁ ଦୁରଦୂରାନ୍ତରୁ ପ୍ରାୟ ୨ ଲକ୍ଷରୁ ଅଧିକ ଲୋକ ସହ ନିଜ ପରିବାର ସହ ଏଠାକୁ ଆସି ଝାଉଁ ବଣ ଭୋଜି ,ବାଦ୍ୟ ଯନ୍ତ ଓ ସାଙ୍ଗ ସାଥି ତାଳେ ତାଳେ ନବ ବର୍ଷକୁ ସ୍ବାଗତଂ କରିଥିଲେ l ଗୋଟିଏ ଦିନ ପରେ ପରିବେଶରେ ପର୍ଯ୍ୟଟକଙ୍କ ଯାହା ସମୁଦ୍ର କୂଳରେ ଅଳିଆ ଆବର୍ଜନା ସମସ୍ତ ବର୍ଜ୍ୟବସ୍ତୁ ବାହାର କରାଯାଇଥିଲା l କିନ୍ତୁ ସୁନାପୁର ବେଳା ଭୂମିର ଆଖି ପିଛୁଳାକେ ରୂପରେଖ ବଦଳାଇ ଦେଇଥିବା ପୂର୍ବତନ ସବ -କଲେକ୍ଟର ତଥା ନୂତନ ଅଧିକୃତ ପ୍ରକଳ୍ପ ନିର୍ଦ୍ଧେଶକଙ୍କ ଇଚ୍ଛାକୃତ ବେଳାଭୂମି ସୋନପୁରର କାର୍ଯ୍ୟକ୍ରମକୁ ଜିଲ୍ଲା ଜଙ୍ଗଲ ଅଧିକାରୀ ବିଶ୍ୱ ଦରବାରରେ ପରିଚୟ ଦେବାପରେ ଗ୍ରାମ ବାସୀଙ୍କ ହୃଦୟରେ ଉଲ୍ଲାସର ଲହରୀ ସୃଷ୍ଟି ହୋଇଛି l ତେଣୁ ବର୍ତମାନ କାର୍ଯ୍ୟରତ ସରପଞ୍ଚ ଲଷ୍ମୀଧର ବେହେରା ଓ ସମିତି ସଭ୍ୟ ଅମୂଲ୍ୟ ବେହେରା, ଗ୍ରାମର ଭଦ୍ରବ୍ୟକ୍ତି, ସ୍ବେଛାସେବୀ ଯୁବକ ସଙ୍ଘର ସମସ୍ତ ଯୁବଗୋଷ୍ଠୀ ମାନେ ନିର୍ଦ୍ଧାରଣ କରିଛନ୍ତି ଯେ ଉତ୍କଳର ନାମ ଆଜି ବିଶ୍ୱଦରବାରରେ ସବୁଦିନପାଇଁ ସ୍ବର୍ଣ୍ଣ ଅକ୍ଷରରେ ଲେଖାହେଉ ଆଉ ସୋନପୁର ଯେମିତି ୧୮୦୦ ଖ୍ରୀଷ୍ଟାବ୍ଦରେ ବାଣିଜ୍ୟ କେନ୍ଦ୍ର ଥିଲା ସେଇଭଳି ରୂପ ନେବାର ଆଶl ରଖିଛନ୍ତି l ଏବଂ ସୋନପୁରର ସମସ୍ତ ସଭ୍ୟ ସହଯୋଗରେ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା l

Advertisement