Wednesday, October 14, 2026
ADVERTISEMENT
Home ଆଞ୍ଚଳିକ ଧାନ ମଣ୍ଡିର ଅବ୍ୟବସ୍ଥାକୁ ନେଇ ଚାଷୀଙ୍କ ଅଭିଯୋଗ l

ଧାନ ମଣ୍ଡିର ଅବ୍ୟବସ୍ଥାକୁ ନେଇ ଚାଷୀଙ୍କ ଅଭିଯୋଗ l

120
ADVERTISEMENT

କୁକୁଡାଖଣ୍ଡି,୦୫/୧(ଇ ରଞ୍ଜନ):-କୁକୁଡାଖଣ୍ଡି ବ୍ଲକର ବିଭିନ୍ନ ମଣ୍ଡି ଓ ସୋସାଇଟିରେ ଧାନ ବିକ୍ରିରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଚାଷୀଙ୍କ ଅଭିଯୋଗ l ଧାନ ବିକ୍ରୟ ନିମନ୍ତେ ବାରମ୍ବାର ମେସେଜ ମାଧ୍ୟମରେ ଚାଷୀ ନିକଟକୁ ଆସୁଥିଲେ ମଧ୍ୟ ତାହାକୁ କିଛି ମହିଳା ସୟଂଚାଳିତ ଗ୍ରୁପ ମାନେ ମଣ୍ଡି ଖୋଲି ମିଲର ମାନଙ୍କ ସହ ମିଳିତଘଟବନ୍ଧନରେ କାର୍ଯ୍ୟକରୁଥିବାରୁ ଚାଷୀ ବିଭିନ୍ନ ଅସୁବିଧା ରେ ସମ୍ମୁଖୀନ ହେଉଥିବା କହିଛନ୍ତି l ଆକାଶମେଘାଚହ୍ନ ରହୁଥିବା ସହ କେତେକ ସ୍ଥାନରେ ସକାଳୁ କିଛି ପରିମାଣରେ କୁହୁଡି ବର୍ଷା ହେଉଥିବା ଚାଷୀ ଧାନ ରଖିବା ପାଇଁ ଆବଶ୍ୟକ ସ୍ଥାନ ଅଭାବରୁ ଧାନ ଭିଜିବା ନେଇ ଭୟଭିତ ରେ ମଣ୍ଡି ଉପରେ ନିର୍ଭର କରି ବସିରହିଛନ୍ତି l ଯେଉଁ ଚାଷୀଙ୍କ ଧାନ ମିଲକୁ ଯାଉଛି ତାହାକୁ ଓଦାଳିଆ ଏବଂ ମାନ ଠିକ ନଥିବା କହି ତାହାକୁ ମିଲ ମାଲିକ ଏବଂ ମଣ୍ଡି ମାନଙ୍କ ମଧୁଚନ୍ଦ୍ରିକା ରେ କଟନୀ ଚଟନୀ କରି ଚାରୀ ରୁ ପାଞ୍ଚ କେଜି ବିଭିନ୍ନ ଆଳରେ କାଟୁଥିବା ସହ ଧାନ ମିଲକୁ ଯାଉଥିବା ଗାଡି ଭଡା ବାବଦକୁ ବହୁ ଟଙ୍କା ମଧ୍ୟ ଚାଷୀ ନିଜ ହାତରୁ ଟଙ୍କା ଚାଷୀ ଦେଉଥିବା ଅଭିଯୋଗ କରିଛନ୍ତି l ସରକାରଙ୍କ ତରଫରୁ ଧାନ ଚାଷୀଙ୍କ ଠାରୁ ସଂଗ୍ରହ ନିମନ୍ତେ ପ୍ରତେକ ବ୍ୟବସ୍ଥା ଥିବା ବେଳେ ଚାଷୀ ଙ୍କୁ ପ୍ରଶାସନ, ମଣ୍ଡି,ବ୍ୟବସ୍ଥା ଆଣ୍ଠେଇଛି l ମିଲର ମାନେ ଆନୁସାଙ୍ଗିକ ବ୍ୟବସ୍ଥା ନଥାଇ ବହୁ ଶହ ଶହ ଟନ ଧାନ ରଖିବା କହି ସରକାରଙ୍କ ଠାରେ ମିଥ୍ୟ ସତ୍ୟପାଠ ଦେଇ ଚାଷୀଙ୍କ ଠାରୁ ଧାନ ଗ୍ରହଣ ନକରି ନାନା ପ୍ରକାର ହଇରାଣ କରୁଥିବାରୁ ଚାଷୀଙ୍କ ମହଲରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଉଥିବା ଜଗଦଳପୁରର ଚାଷୀ ଅଭିଯୋଗ କରିଛନ୍ତି l

Advertisement