Wednesday, October 14, 2026
ADVERTISEMENT
Home ଆଞ୍ଚଳିକ ଯୋଗିଆପଲ୍ଲୀ ଠାରେ ବାଇକ ଦୁର୍ଘଟଣାରେ ଜଣେ ମୃତ,ଦୁଇ ଗୁରୁତର l

ଯୋଗିଆପଲ୍ଲୀ ଠାରେ ବାଇକ ଦୁର୍ଘଟଣାରେ ଜଣେ ମୃତ,ଦୁଇ ଗୁରୁତର l

115
ADVERTISEMENT

କୁକୁଡ଼ାଖଣ୍ଡି,୩/୦୧(ଇ ରଞ୍ଜନ):-ସଦର ଥାନା ଅନ୍ତର୍ଗତ ପୁରୁଣା ଯୁଗୀଆପଲ୍ଲୀ ନିକଟରେ ଏକ ବାଇକ ଧକ୍କାରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ଚମାଖଣ୍ଡି ଥାନା ଅନ୍ତର୍ଗତ ପୁଟବଗଡ଼ ଗ୍ରାମର ମନୋଜ ପ୍ରଧାନ ଏବଂ ତାଙ୍କ ବନ୍ଧୁ ସତ୍ୟ ପ୍ରଧାନ ଉଭୟ (OD 07-Q-9927)ନମ୍ବର ବାଇକରେ ବ୍ରହ୍ମପୁରରୁ ଗୁରୁଣ୍ଠି ଦେଇ ନିଜ ଗ୍ରାମ ପୁଟବଗଡ଼ ଫେରୁଥିବା ବେଳେ ପୁରୁଣା ଯୁଗୀଆପଲ୍ଲୀ ନିକଟରେ କାଶୀ ପାତ୍ର ନାମକ ଜଣେ ବ୍ୟକ୍ତି ଙ୍କୁ ଧକ୍କା ଦେଇଥିଲେ l ଏଥିରେ କାଶୀ ପାତ୍ର ଗୁରୁତର ହୋଇଥିବା ବେଳେ ବାଇକ ଆରୋହୀ ମନୋଜ ପ୍ରଧାନଙ୍କ ଘଟଣା ସ୍ଥଳରେ ମୃତ୍ୟୁ ,ଏବଂ ତାଙ୍କ ବନ୍ଧୁ ସତ୍ୟ ପ୍ରଧାନ ଗୁରୁତର ହୋଇପଡିଥିଲେ।ଏହି ଘଟଣା ସମ୍ପର୍କରେ ଖବର ପାଇ ସଦରଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ବ୍ରହ୍ମପୁର ଏମକେସିଜି ମେଡ଼ିକାଲକୁ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତରିତ କରିବା ସହ ମୃତ୍ୟୁ ବରଣ କରିଥିବା ମନୋଜର ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠେଇଥିବା ଜଣାପଡିଛି ଏନେଇ ଥାନାରେ ଏକ ଅପମୁର୍ତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଅଧିକାରୀଙ୍କ ଠାରୁ ସୂଚନା ମିଳିଛି ।

Advertisement