Friday, September 25, 2026
ADVERTISEMENT
Home ଆଞ୍ଚଳିକ ମୋହନା ଅଞ୍ଚଳରେ ଅବକାରୀ ବିଭାଗର ଚଢାଉ, ବିପୁଳ ପରିମାଣର ମଦ ପୋଚ ଓ ମଦ ନଷ୍ଟ...

ମୋହନା ଅଞ୍ଚଳରେ ଅବକାରୀ ବିଭାଗର ଚଢାଉ, ବିପୁଳ ପରିମାଣର ମଦ ପୋଚ ଓ ମଦ ନଷ୍ଟ l

141
ADVERTISEMENT

ମୋହନା,୨/୦୧(ମୋହନ ଗୌଡ଼):-ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଓ ଆରକ୍ଷୀ ଅଧିକ୍ଷକ ସ୍ଵାତୀ କୁମାରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଭାତ କୁମାର ସେଠୀଙ୍କ ଆଦେଶ କ୍ରମେ ଅବକାରୀ ଉପ ନିରୀକ୍ଷକ ଓ ମୋହନା ଥାନା ଅଧିକାରୀ ପ୍ରଶାନ୍ତ କୁମାର ନିସିକାଙ୍କ ତତ୍ୱାବଧାନରେ ସ୍ଥାନୀୟ ଥାନା ଅନ୍ତର୍ଗତ ତିନି ଘରିଆ , ଛତାବରୀ, ଚାନ୍ଦିପୁଟ ଓ କୁଶୁମପୁର ଅଞ୍ଚଳରେ ମିଳିତ ଚଢ଼ାଉ କରି କୁଶୁମପୁର ଅଞ୍ଚଳରୁ ୩୪୦୦ ଲିଟର ପୋଚ଼,୨୬୦ ଲିଟର ମହୁଲିମଦ ଏବଂ ଗୋଟିଏ ସ୍କୁଟି ଗାଡି ସହ ଆଣ୍ଡ୍ରିମାର ବିପ୍ରଚରଣ ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣା ପଡିଛି। ଜବତ ମଦର ଆନୁମାନିକ ବଜାର ମୂଲ୍ୟ ୨ ଲକ୍ଷ ୫୦ହଜାର ଟଙ୍କାରୁ ଅଧିକ ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଚ଼ଢ଼ାଉରେ ଅବକାରୀ ଉପ ନିରୀକ୍ଷକ ବିଘ୍ନରାଜ ଦାମି ଓ ଅନ୍ୟାନ୍ୟ ଜିଲ୍ଲା ମୋବାଇଲ ୟୂନିଟର କର୍ମଚାରୀ କିଶୋର ଚ଼ନ୍ଦ୍ର ରଥ ଏବଂ ଅନ୍ୟାନ୍ୟ କର୍ମଚାରୀ ସାମିଲ ଥିଲେ ।

Advertisement