Wednesday, October 14, 2026
ADVERTISEMENT
Home ଆଞ୍ଚଳିକ ଆମ୍ବେଦକର ସଂସ୍କୃତି ଯୁବକ ସଂଘ ତରଫରୁ ନୂତନବର୍ଷ ଅବସରରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ l 

ଆମ୍ବେଦକର ସଂସ୍କୃତି ଯୁବକ ସଂଘ ତରଫରୁ ନୂତନବର୍ଷ ଅବସରରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ l 

118
ADVERTISEMENT

ବ୍ରହ୍ମପୁର,୧/୦୧(ଇ ରଞ୍ଜନ):-ଆମ୍ବେଦକର ସଂସ୍କୃତି ଯୁବକ ସଂଘ ତରଫରୁ ନୂତନବର୍ଷ ଅବସରରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ l ବ୍ରହ୍ମପୁର ବଡ଼ ବଜାର ଶଙ୍କରପୁରା ସାହି ଶିବ ମନ୍ଦିର ପରିସରରେ ଆମ୍ବେଦକର ସାଂସ୍କୃତିକ ଯୁବକ ସଂଘ ତରଫରୁ ବନ୍ଧୁମିଳନ କାର୍ଯ୍ୟକ୍ରମ ପଦ୍ମଚରଣ ନାୟକ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ସମାଜ ରେ ଦଳିତ ଓ ନିଷ୍କାପିତ ଗରିବ ଶ୍ରେଣୀ ର ଲୋକଙ୍କ ସହଯୋଗ କରିବା ଓ ସେମାନଙ୍କ ସନ୍ତାନ ମାନଙ୍କୁ ଉଚ୍ଚ ଶିକ୍ଷିତ କରି ସ୍ୱାବିମାନ ଆଣିବା କ୍ଷେତ୍ର ରେ ଡ଼ ଆମ୍ବେଦକର ସଂସ୍ଥା ସହଯୋଗ ମନବୃତ୍ତି କରିବା ଉଦେଶ୍ୟ ରେ ଆଜି ଏକ ସମାଜ ସମାଜସେବୀ ଙ୍କୁ ନେଇ ବନ୍ଧୁମିଳନ ରେ ଶପଥ ନେଇଥିବା ଜଣାପଡିଛି l ଏହି ସଂସ୍ଥା ପକ୍ଷରୁ ଗରିବ ଛାତ୍ରଛାତ୍ରୀ ମାନଙ୍କୁ ଶୀତ ପୋଷାକ, ପୁସ୍ତକ, ଏବଂ ଆବଶ୍ୟକ ସରଞ୍ଜାମ ଯୋଗାଇ ଥାନ୍ତି l ଏହି କାର୍ଯ୍ୟକ୍ରମ ରେ ସଭାପତି ପ୍ରଶାନ୍ତ ନାୟକ, ସମ୍ପାଦକ ପଦ୍ମଚରଣ ନାୟକ, ସମାଜ ସେବୀ କମଳକାନ୍ତ ପାତ୍ର, ଡ଼. ରାମହରି ଖଣ୍ଡୁଆଳ,ବରିଷ୍ଠ ନାଗରିକ ସମ୍ବାରି ସେଠି, ଅନୁରାଧା ସାହୁ,ମହିଳା ନେତ୍ରୀ ସବିତା ସୁହାର,ସୁଶାନ୍ତ ଘଡେଇ, ମନୋଜ ବେହେରା, ବିଜୟ ଗୌଡ଼, ରାଜେନ୍ଦ୍ର ପ୍ରସାଦ, ଅଶୋକ ନାୟକ, ଶିବ ସୁନ୍ଦର ରଥ, ପ୍ରମୁଖ ଉପସ୍ଥିତ ରହି ମିଷ୍ଟାନ ବଣ୍ଟନ ସହ ନୂତନ ବର୍ଷ ମନେଇ ଡ଼ାଇରୀ ବଣ୍ଟନ କରାଯାଇଛି l

Advertisement