Friday, September 25, 2026
ADVERTISEMENT
Home ଆଞ୍ଚଳିକ ସ୍ୱତନ୍ତ୍ର ଜାତୀୟ ସେବା ଶିବିର ଉଦଯାପିତ l

ସ୍ୱତନ୍ତ୍ର ଜାତୀୟ ସେବା ଶିବିର ଉଦଯାପିତ l

155
ADVERTISEMENT

ମୋହନା,୩୦/୧୨(ମୋହନ ଗୌଡ଼):-ସ୍ଥାନୀୟ ହିଲଟପ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନାର ସ୍ୱତନ୍ତ୍ର ସେବା ଶିବିର ମିଳିତ ବିଭାଗ (ଛାତ୍ରଛାତ୍ରୀ) ଦ୍ୱାରା ଏକ ସପ୍ତାହ ବ୍ୟାପି ମୋହନା ବ୍ଳକ ଅନ୍ତର୍ଗତ ଲିଲିଗଡ଼ ଗ୍ରାମ ଠାରେ ଚାଲିଥିଲା। ସ୍ୱତନ୍ତ୍ର ଶିବିରର ଯୋଜନା ଅଧିକାରୀ ଅଧ୍ଯ।ପକ ଅନିଲ ତ୍ରିପାଠୀ ଙ୍କ ପରିଚାଳନାରେ ୫0 ଜଣ ସ୍ବେଛାସେବୀ ଲିଲିଗଡ ପଞ୍ଚାୟତର ବିଭିନ୍ନ ଗ୍ରାମ ବୁଲି ଲୋକଙ୍କୁ ମେଲେରିଆ ଓ ଡ଼େଙ୍ଗୁ ସମ୍ପର୍କିତ ସଚେତନତା ବାର୍ତ୍ତା ଦେଇଥିଲେ।ଏହା ବ୍ଯତିତ ମନ୍ଦିର , ଚ଼ର୍ଚ୍ଚ, ମେଡିକାଲ, ଥାନା, ବିଦ୍ୟାଳୟ ପରିସର ପରିଷ୍କାର ପରିଚ୍ଛନ୍ନ କରିବା ସହିତ ବିଭିନ୍ନ ସ୍ଥାନରେ ଚାରା ରୋପଣ କରିଥିଲେ । ଆଜି ଆୟୋଜିତ ଉଦଯାପନୀ ଉତ୍ସବରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଭଗବାନ ବିଷୋୟୀ ସଭାପତିତ୍ୱ କରିଥିଲେ। ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଶିକ୍ଷାବିତ ମଧୁସୂଦନ ପାଢ଼ୀ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ମୋହନା ପ୍ରେସ କ୍ଳବ ସଭାପତି ଲକ୍ଷ୍ମଣ ଚୌଧୁରୀ, ସମ୍ମାନୀତ ଅତିଥି ବରିଷ୍ଠ ସାମ୍ବାଦିକ ପଞ୍ଚାନନ ଦାସ, ବାବୁଲା ସେଠି, ମିହିର ଜତି, ବାଦଲ ବେହେରା, ଅଶ୍ୱିନୀ ପାତ୍ର, ଶ୍ରୀହରି ପ୍ରଧାନ, ମନ୍ମଥ ମିଶ୍ର, ଅଂଶୁମାନ ପଣ୍ଡାଙ୍କ ସମେତ ଅଧ୍ଯ।ପକ ଡକ୍ଟର ଅନ୍ତର୍ଯ୍ୟାମୀ ଗୌଡ଼, ଜଗନ୍ନାଥ ପଣ୍ଡା, ଗ୍ରନ୍ଥାଗାର ରକ୍ଷକ ଗୋପାଳ ପଟ୍ଟନାୟକ, କ୍ରୀଡା ଶିକ୍ଷକ ମୀନକେତନ ମିଶ୍ର ପ୍ରମୂଖ ଉପସ୍ଥିତ ରହି ସହଯୋଗ କରିଥିଲେ। ଅତିଥିମାନେ ଉପସ୍ଥିତ ଶିବିରାର୍ଥୀ ମାନଙ୍କୁ ତ୍ୟାଗ, ସେବା, ପରୋପକାର, ନିଷ୍ଠା, ଲକ୍ଷ୍ୟ, ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ସ୍ଥାନୀୟ ପ୍ରେସ କ୍ଳବ ତରଫରୁ ଶିବିରାର୍ଥୀ ସାହିଲ କରଙ୍କୁ ଉତ୍କୃଷ୍ଟ ସେବା କାର୍ଯ୍ୟ କରିଥିବା ପାଇଁ ମାନପତ୍ର ସହ ୫00ଟଙ୍କା ପୁରସ୍କୃତ କରାଯାଇଥିବା ବେଳେ ଜାତୀୟ ସେବା ଯୋଜନା ତରଫରୁ ଶିବିରାର୍ଥୀ ଶ୍ରାବଣୀ ନାଏକଙ୍କୁ ଶ୍ରେଷ୍ଠ ସେବା ପ୍ରଦାନ କରିଥିବା ଯୋଗୁଁ ମାନପତ୍ର ସହ ପୁରସ୍କୃତ କରାଯାଇଥିଲା। ଅନ୍ୟ ସମସ୍ତ ଶିବିରାର୍ଥୀ ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା।ଶେଷରେ ବିଦ୍ୟାଳୟର ଗ୍ରନ୍ଥଗାର ରକ୍ଷକ ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Advertisement