Wednesday, October 14, 2026
ADVERTISEMENT
Home ଆଞ୍ଚଳିକ ତାରାତାରିଣୀ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗର ପାଠଚକ୍ର l

ତାରାତାରିଣୀ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗର ପାଠଚକ୍ର l

155
ADVERTISEMENT

ପୁରୁଷୋତ୍ତମପୁର,୩୦/୧୨(ପ୍ରଭାକର ମହାରଣା):-ପୁରୁଷୋତ୍ତମପୁର ସହର ସ୍ଥିତ ତାରାତାରିଣୀ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗର ଏକ ପାଠଚକ୍ର ଅନୁଷ୍ଠିତ ହୋଇଯାଇଅଛି। ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। ବିଭାଗୀୟ ମୁଖ୍ୟ ତଥା ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ଃ.ସିମାଞ୍ଚଳ ପଟ୍ଟନାୟକ ଙ୍କ ପୈ।ରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ସେମିକଣ୍ଡକ୍ଟର ଆବଶ୍ୟକତା ଓ ଉଦ୍ଭାବନ ଉପରେ ତର୍ଜମା କରିଥିଲେ। ତୃତୀୟ ବର୍ଷର ଛାତ୍ରୀ ସୁଶ୍ରୀ ସରସ୍ଵତୀ ଦେବୀ ପାଠଚକ୍ର ଫାଣ୍ଡାମେଣ୍ଟାଲ ଅଫ୍ ସେମି କଣ୍ଡକ୍ଟର ସନ୍ଦର୍ଭ ଅଧ୍ୟାପକ ଡଃ ସୁବ୍ରତ କୁମାର ଷଡଙ୍ଗୀଙ୍କ ତତ୍ବାବଧାନରେ ଉପସ୍ଥାପନ କରିଥିଲେ। ଶ୍ରୀ ଷଡ଼ଙ୍ଗୀ ସଂପ୍ରତିକ ଯୁଗରେ ସେମିକଣ୍ଡକ୍ଟର ପ୍ରାଧାନ୍ୟତା, ଉପଯୋଗୀତା ଓ ଗବେଷଣା ଉପରେ ଆଲୋକପାତ କରିଥିଲେ। ସେମିନାର ସେକ୍ରେଟାରୀ ଛାତ୍ର ଦିଲ୍ଲିପ ସେଠି ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ସହକାରୀ ସେକ୍ରେଟାରୀ ଆଶୁତୋଷ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଉତ୍ସବରେ ଅଧ୍ୟାପିକା ପିଙ୍କି ସାହୁ,ରାମନାଥ ପାତ୍ର, ପ୍ରଫୁଲ୍ଲ କୁମାର ସାହୁ, ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ।

Advertisement