Wednesday, October 14, 2026
ADVERTISEMENT
Home ଆଞ୍ଚଳିକ ଝରଣ-ଅରଖପୁର ଆର୍ ଡି ରାସ୍ତାଟି ଶୋଚନୀୟ।

ଝରଣ-ଅରଖପୁର ଆର୍ ଡି ରାସ୍ତାଟି ଶୋଚନୀୟ।

116
ADVERTISEMENT

ପୁରୁଷୋତ୍ତମପୁର,୨୭/୧୨(ପ୍ରଭାକର ମହାରଣା):-ରାଜ୍ୟ ଓ କେନ୍ଦ୍ରସରକାର ରାସ୍ତାର ଭିତ୍ତିଭୂମି ବିକାଶ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। ବାସ୍ତବ କ୍ଷେତ୍ରରେ ସେଭଳି ରାସ୍ତାର ବିକାଶ ହେଉନଥିବା ଦେଖାଯାଇଛି । ଏହି ଭଳି ରାସ୍ତା ଦେଖିବାକୁ ମିଳିଛି ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଝରଣ-ଅରଖପୁର ଆର୍ ଡି ରାସ୍ତା ଟି(୬କି.ମି) ସଂପୂର୍ଣ୍ଣ ଭାବେ ଶୋଚନୀୟ ଅବସ୍ଥାରେ ରହିଛି। ଏହି ରାସ୍ତା ଦେଇ ଅନେକ ଘରୋଇ ଯାତ୍ରୀବାହୀ ବସ୍ ବ୍ରହ୍ମପୁର -ଅଙ୍ଗାର ଗାଁ ଯାତାୟାତ କରୁଥିବା ବେଳେ ଅନେକ ମାଲବାହୀ ଗାଡ଼ି ସ୍ଥାନୀୟ ଅଂଚଳକୁ ଯାତାୟାତ କରୁଛୁ । ଗାଡ଼ି ଖରାପ ହୋଇ ଏହି ରାସ୍ତାରେ ଅଟକି ରହୁଥିବା ବହୁବାର ଦେଖିବାକୁ ମିଳିଛି। ରକ୍ଷଣାବେକ୍ଷଣା ଅନୁଦାନରେ ମଧ୍ୟ ଏହି ରାସ୍ତାକୁ ତିଆରି କରାଯାଊ ନାହିଁ। ଗତବର୍ଷ ବଳକା କାମ ନାମରେ ୧୪୩.୪୧ଲକ୍ଷ ଟଙ୍କାର କାର୍ଯ୍ୟ କରାଯାଇଥିଲା (୫ ବର୍ଷ ପାଇଁ ରକ୍ଷଣାବେକ୍ଷଣା ଖର୍ଚ୍ଚ୪୧.୯୧ଲକ୍ଷ ଟଙ୍କା )। ନିର୍ମାଣ କାର୍ଯ୍ୟ ସରିବାର କମ୍ ଦିନ ମଧ୍ୟରେ ରାସ୍ତାଟି ସଂପୂର୍ଣ୍ଣ ଭାବେ ଖରାପ ହୋଇଯାଇଛି । ଗତ ମାସରେ କିଛି ଖାଲ ଖଣାରେ ପଥର ଗୁଣ୍ଡ,,ମେଟାଲ ,ଗୋଡ଼ି ପକାଇ କାର୍ଯ୍ୟ ସମାପ୍ତ କରିଦେଇଥିଲେ। ସାରା ରାସ୍ତା ଗୁଡ଼ି ,ମେଣ୍ଟାଲରେ ଗଡୁଛୁ। ଗାଡ଼ି ଯାତାୟାତ କରୁଥିବା ବେଳେ ପଥର ଗୁଣ୍ଡ ଉଡ଼ିବା ଫଳରେ ରାସ୍ତା ଦେଖାଯାଉ ନାହିଁ। ଯାତାୟାତ କରିବା ସମୟରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।ଏହାନେଇ ବିଭାଗୀୟ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିବାରୁ ଶୀଘ୍ର ରାସ୍ତା ମରାମତି କରାଯିବ ବୋଲି କହିଥିଲେ। ଏହି ରାସ୍ତାଟି ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯାଇ ନିର୍ମାଣ କରିବାକୁ ସ୍ଥାନୀୟ ବାସିନ୍ଦାଙ୍କ ଦାବି ହୋଇଛି।

Advertisement