Wednesday, October 14, 2026
ADVERTISEMENT
Home ଆଞ୍ଚଳିକ ରାଇଝୋଳରେ ମାଙ୍କଡ ଆତଙ୍କ l

ରାଇଝୋଳରେ ମାଙ୍କଡ ଆତଙ୍କ l

111
ADVERTISEMENT

ରାଇଝୋଳ,୨୬/୧୨(ଇ ରଞ୍ଜନ):- କୁକୁଡାଖଣ୍ଡି ବ୍ଲକ ଆଙ୍କୁଶପୁର ରାଇଝୋଳ ଅଞ୍ଚଳରେ ହନୁ ମାଙ୍କଡଙ୍କ ପାଦୃର୍ବlଭ ବୃଦ୍ଧି ପାଉଥିବାରୁ ଅଞ୍ଚଳବାସି ଭୟଭୀତରେ ଥିବା ଜଣାପଡିଛି l ୩ ରୁ ଉର୍ଦ୍ଧ ମାଙ୍କଡ ଲୋକଙ୍କ ଘରେ ପଶି କାମୁଡିଥିବା ବେଳେ ଆଜି ୨ରୁ ଉର୍ଦ୍ଧ ଲୋକ ଆହାତ ହୋଇଛନ୍ତି l ସେମାନେ ହେଲେ ଭାସ୍କର ଗୌଡ଼ ଏବଂ ପ୍ରହଲ୍ଲାଦ ମହାରଣା ସୂଚନା ଅନୁଯାୟୀ ପ୍ରହଲ୍ଲାଦ ମହାରଣା ଦାଣ୍ଡପିଣ୍ଡାରେ ବସିଥିବା ବେଳେ ମାଙ୍କଡ଼ ଆସି ତାଙ୍କ ହାତକୁ କାମୁଡି ଥିଲେ ସେହିପରି ଭାସ୍କରଙ୍କୁ ମଧ୍ୟ କାମୁଡି ପଳାଇବା ସହ କିଛି ଛୋଟ ପିଲା ଦାଣ୍ଡରେ ଖେଳୁଥିବା ବେଳେ ତାଙ୍କୁ ମଧ୍ୟ କାମୁଡିବା ପାଇଁ ମାଙ୍କଡ ମାନେ ଗୋଡାଇଥିଲେ ପିଲା ମାନେ ଭୟଭିତରେ ଦୌଡ଼ିପଳେଇଲେ ମଧ୍ୟ ତାଙ୍କ ଘର ପର୍ଯ୍ୟନ୍ତ ମାଙ୍କଡ଼ ମାନେ ଯାଇଥିବା କହିଛନ୍ତି ଅଞ୍ଚଳବାସି l ଗତ ୬ ମାସ ପୂର୍ବେ ସେହି ଅଞ୍ଚଳର ଦଣ୍ଡପାଣି ଗୌଡ଼ ଙ୍କୁ କାମୁଡିଥିବା ବେଳେ ସେ ମାସକ ତଳେ ମୁର୍ତ୍ୟୁବରଣ କରିଥିଲେ l ଏନେଇ ବାରମ୍ବାର ଗ୍ରାମବାସି ବନ ବିଭାଗକୁ ଅବଗତ କରିଥିବା ବେଳେ ବିଭାଗର କର୍ମଚାରୀ ଆସି ଫେରିଯାଉଛନ୍ତି କିନ୍ତୁ ତାହାର କୌଣସି ପ୍ରତିକାର ହେଉନଥିବାରୁ ମାଙ୍କଡ ମାନଙ୍କ କାମୁଡା ବୃଦ୍ଧିପାଉଛି l ତେଣୁ ଉଚ୍ଚ କତୃପକ୍ଷ ଦୃଷ୍ଟିଦେବା ସହ ପାଗଳ ମାଙ୍କଡ଼ଙ୍କୁ ଧରି ତାହାର ବ୍ୟବସ୍ଥା କରିବା ପାଇଁ ଆଜି ଲୋକେ ଜିଲ୍ଲା ବନ ବିଭାଗ ଅଧିକାରୀଙ୍କ ସହ ଫୋନ ଯୋଗେ ଅଭିଯୋଗ କରିଥିଲେ  l

Advertisement