Wednesday, October 14, 2026
ADVERTISEMENT
Home ଆଞ୍ଚଳିକ ବ୍ରହ୍ମପୁର ଜଗଦଳପୁରରେ ଶାବରମାଳା ପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ l

ବ୍ରହ୍ମପୁର ଜଗଦଳପୁରରେ ଶାବରମାଳା ପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ l

111
ADVERTISEMENT

ଜଗଦଳପୁର,୨୪/୧୨(ଇ ରଞ୍ଜନ):- ବ୍ରହ୍ମପୁର ଜଗଦଳପୁର ଗ୍ରାମର ଶିବ ମନ୍ଦିର ପରିସରରେ ଶାବର ମାଳା ଆୟାପ୍ପା ସ୍ୱାମୀଙ୍କ ପୂଜା ପାଠ ପୁରା ଧୁମଧାମରେ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ କାର୍ତ୍ତିକ ମାସରୁ ଆରମ୍ଭ ହୋଇ ପ୍ରାୟ ୩ ମାସ ଧରି ଆୟପ୍ପା ସ୍ୱାମୀ ଭକ୍ତମାନେ ମାନସିକ ବ୍ରତ ଭଳି କାର୍ଯ୍ୟନିର୍ବlହ କରିଥାନ୍ତି l ବିଶେଷ କରି ଦକ୍ଷିଣ ଓଡିଶାର ଗଞ୍ଜାମ ଜିଲ୍ଲାରେ ବହୁ ଭକ୍ତ ସ୍ୱାମୀ ଆୟାପ୍ପା ଆଶ୍ରମରେ ଦୀକ୍ଷାକୁ ଅନୁସରଣ କରି ଏହି ପୂଜା ପାଠକୁ ଅତି ନିଷ୍ଠାର ସହ ପାରମ୍ପରିକ ରୀତିନୀତି ଅନୁଯାୟୀ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ପାଳନ କରିଥାନ୍ତି ପରବର୍ତ୍ତୀ ସମୟରେ କେରଳ ରାଜ୍ୟ ଶବରୀ ମାଳା ଆୟାପ୍ପା ମନ୍ଦିର ଦର୍ଶନ କରି ଫେରି ଆସୁଥିବା ଜଣାପଡୁଛି l ଆଜି ଜଗଦଳପୁର ଗ୍ରାମରେ ଗୁରୁ ଶ୍ରୀନୁ ସ୍ୱାମୀଙ୍କ ନେତୃତ୍ୱରେ ବ୍ରହ୍ମପୁର ଜଗଦଳପୁର,ସମେତ ବହୁସ୍ଥାନରୁ ଆସିଥିବା ଆୟାପ୍ପା ଭକ୍ତ ଧାରୀଙ୍କୁ ନେଇ ଆୟାପ୍ପା ବାଦ୍ୟ ସଂଗୀତରେ ସନ୍ଧ୍ୟା ଆଳତି କାର୍ଯ୍ୟକ୍ରମ ହୋଇଯାଇଛି l

Advertisement