Wednesday, October 14, 2026
ADVERTISEMENT
Home ଆଞ୍ଚଳିକ ପୁରୁଷୋତ୍ତମପୁର ସନ୍ ସାଇନ୍ ଇଣ୍ଟରନ୍ୟାସନାଲ ସ୍କୁଲର ବାର୍ଷିକ କ୍ରିଡ଼ା ମହୋତ୍ସବ l

ପୁରୁଷୋତ୍ତମପୁର ସନ୍ ସାଇନ୍ ଇଣ୍ଟରନ୍ୟାସନାଲ ସ୍କୁଲର ବାର୍ଷିକ କ୍ରିଡ଼ା ମହୋତ୍ସବ l

137
ADVERTISEMENT

ପୁରୁଷୋତ୍ତମପୁର,୨୩/୧୨(ପ୍ରଭାକର ମହାରଣା):-ପୁରୁଷୋତ୍ତମପୁର ସ୍ଥିତ ସନ୍ ସାଇନ୍ ଇଣ୍ଟରନ୍ୟାସନାଲ ସ୍କୁଲର ନିଜସ୍ଵ ଖେଳ ପଡିଆରେ ବାର୍ଷିକ କ୍ରୀଡା ମହୋତ୍ସବ ଉଦଯାପନୀ ହୋଇଯାଇଛି lଏହି ସ୍କୁଲର ସଭାପତି ତଥା ଶିକ୍ଷାବିତ ପ୍ରଫୁଲ କୁମାର ରଥଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୁରୁଷୋତ୍ତମପୁର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ରଜନୀ କାନ୍ତ ସାମଲ, ମୁଖ୍ୟବକ୍ତା ତାରାତାରିଣୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ସିମାଞ୍ଚଳ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ପୁରୁଷୋତ୍ତମପୁର ବିଡ଼ିଓ ବିଜୟ କୁମାର ବେହେରା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଏ ରାଜଗୋପାଳ ରାଓ, ନରସିଂହ ପଣ୍ଡା ପ୍ରମୁଖ ଯୋଗଦେଇ ଥିଲେ l ଉପସ୍ଥିତ ଅତିଥି ମାନେ ଛାତ୍ର ଛାତ୍ରୀଙ୍କ ପାଠପଢ଼ା ସହ କ୍ରୀଡ଼ା ଉପରେ ଗୁରୁତ୍ବ ଦେବା ପାଇଁ ପରାମର୍ଶ ଦେଇଥିଲେ । ଚାମ୍ପିଅନ ହୋଇଥିବା ଓମ୍ ପ୍ରକାଶ ବେହେରା,ସୋନି ଗୁରୁ,ପ୍ରାଚି ବେହେରା ଙ୍କୁ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମକୁ ସ୍କୁଲର ପ୍ରିନ୍ସିପାଲ ସୁନୀଲ କୁମାର ମହାନ୍ତିପରିଚାଳନା କରିଥିବା ଶିକ୍ଷକ ମନୋଜ କୁମାର ବେହେରା,ସୂବ୍ରତ ନାୟକ, ଶିକ୍ଷୟିତ୍ରୀ ସୁନୀତା ଗଉଡ, ବି. ବାସନ୍ତୀ ରେଡି, ସଙ୍ଗୀତା ମୁନୀ, ସୁମିତ୍ରା ସାହୁ, ସ୍ୱାଗତିକା ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ l ଶିକ୍ଷୟତ୍ରି ଦିପ୍ତିରାଣି ପଣ୍ଡା ଧନ୍ୟବାଦ  ଅର୍ପଣ  କରିଥିଲେ।

Advertisement