Tuesday, September 22, 2026
ADVERTISEMENT
Home ମୁଖ୍ୟ ଖବର ଜଙ୍ଗଲ ବିବାଦରୁ ନୃଶଂସ କାଣ୍ଡ

ଜଙ୍ଗଲ ବିବାଦରୁ ନୃଶଂସ କାଣ୍ଡ

787
ADVERTISEMENT

ବ୍ରହ୍ମଗିରି,(ଦୁନିଆ ହାଲ୍ ଚାଲ୍): ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ସିପସରୁବାଲି ମୌଜା-୨ ସାହାଜାନପୁର ଗାଁ’ରେ ଦୁର୍ବୃତ୍ତମାନେ ନୃଶଂସ କାଣ୍ଡ ଘଟାଇଛନ୍ତି। ଘରେ ଶୋଇଥିବା ବେଳେ ୫ ଜଣଙ୍କ ଉପରକୁ ପେଟ୍ରୋଲ ପକାଇ ନିଆଁ ଲଗାଇବା ସହ ହତ୍ୟା ଉଦ୍ୟମ କରିଛନ୍ତି। ଜୀବନ ବିକଳରେ ଦୌଡ଼ୁଥିବା ବେଳେ ସେମାନଙ୍କ ଉପରକୁ ଏସିଡ୍‌ ଫିଙ୍ଗିଛନ୍ତି। ଜଙ୍ଗଲ ଭିତରେ ଗୋଡ଼େଇ ଗୋଡ଼େଇ ହାଣିଛନ୍ତି। ଫଳରେ ୫ ଜଣଙ୍କ ଶରୀରରୁ ଚମଡ଼ା ଉତୁରି ଯାଇଥିବା ବେଳେ ସଙ୍କଟାପନ୍ନ ଅବସ୍ଥାରେ ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେଥିମଧ୍ୟରୁ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଥିବା ଦୋଳ ଗୋବିନ୍ଦ ମହାନ୍ତି (୬୨)ଙ୍କର ଆଜି ରାତିରେ ମୃତ୍ୟୁ ଘଟିଛି। ନିଆଁରେ ଘର ସହିତ ୩ଟି ମଟର ସାଇକେଲ ଓ ଦୁଇଟି ସାଇକେଲ ପାଉଁଶ ହୋଇ ଯାଇଛି। ଜଙ୍ଗଲ ବିବାଦରୁ ଏହି କାଣ୍ଡ ଘଟିଥିବା ଜଣାପଡ଼ିଛି।

Advertisement