Wednesday, October 14, 2026
ADVERTISEMENT
Home ଆଞ୍ଚଳିକ ବନ୍ଥପଲ୍ଲୀରେ ମେଘା ରକ୍ତଦାନ ଶିବିର ଅନୁଷ୍ଠିତ l

ବନ୍ଥପଲ୍ଲୀରେ ମେଘା ରକ୍ତଦାନ ଶିବିର ଅନୁଷ୍ଠିତ l

122
ADVERTISEMENT

ବନ୍ଥପଲ୍ଲୀ,୧୮/୧୨(ଇ ରଞ୍ଜନ):-କୁକୁଡାଖଣ୍ଡି ବ୍ଲକ ବନ୍ଥପଲ୍ଲୀ ପଂଚାୟତ ପରିସରରେ ଜନମଙ୍ଗଳ ଯୁବକ ସଂଘ ବନ୍ଥପଲ୍ଲୀ ଯୁବକ ଗୋଷ୍ଠୀଙ୍କ ଦ୍ୱାରା ଆୟୋଜିତ ମେଘା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏଥିରେ ଏମକେସିଜି ମେଡିକାଲ କଲେଜର ରକ୍ତଭଣ୍ଡାର କର୍ତ୍ତୃପକ୍ଷ ପକ୍ଷଙ୍କ ସହଯୋଗ କ୍ରମେ ଆଜି ଉକ୍ତ ପଂଚାୟତର ମହିଳା ଓ ଯୁବକ ଙ୍କ ଠାରୁ ୫0ଉର୍ଦ୍ଧ ୟୁନିଟ ରକ୍ତ ସଂଗ୍ରହ କରିଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ବିଧାୟକଙ୍କ ପୁତ୍ର ବିପ୍ଳବପାତ୍ର ଯୋଗଦେଇଥିବା ବେଳେ ସଂମ୍ମାନିତ ଅତିଥି ଭାବେ ଜିଲ୍ଲା ଜୀବନ ବିନ୍ଦୁ ସଂଯୋଜକ ସୁବାଷ ମହାରଣା, ବ୍ଲକ ଅଧକ୍ଷ କାମାକ୍ଷା ପ୍ରସାଦ ପାତ୍ର, ଉପାଧକ୍ଷା ବିଷ୍ଣୁପ୍ରିୟା ପାତ୍ର, ଦିଗପହଣ୍ଡି ବିଧାୟକ ପ୍ରତିନିଧି ଉଦୟ କୁମାର ବେହେରା ଯୋଗଦେଇଥିବା ବେଳେ କାର୍ଯ୍ୟକ୍ରମ ରେ ଅତିଥିଙ୍କୁ ଉପଦକନ ଦେଇ ସଂମ୍ମାନିତ କରିଥିଲେ ବନ୍ଥପଲ୍ଲୀ ସରପଞ୍ଚ କାମିନୀ ନାୟକ, ସମିତିସଭ୍ୟା ସୁନିତା ଦାସ, ପୂର୍ବତନ ସରପଞ୍ଚ ପ୍ରଶାନ୍ତ ସ୍ୱାଇଁ,ଏବଂ ସମିତିସଭ୍ୟା ରମେଶ ସ୍ୱାଇଁ, ଏବଂ ଜନ ମଙ୍ଗଳ ସଂଘ ସଭାପତି ରିଙ୍କୁ ତାରିଣୀ, ବୀରେନ୍ଦ୍ର ଗୌଡ଼ ଏଥିରେ ବ୍ଲକ ବିଜେଡି ସଭାପତି ସୀତାରାମ ସାହୁ, ଉପ ସଭାପତି କୈଳାଶ ବିଶାୟୀ ଙ୍କ ସମେତ, ପୂର୍ବତନ ବ୍ଲକ ଅଧକ୍ଷ ତ୍ରିନାଥ ନାହାକ, ସରପଞ୍ଚ ପ୍ରତିନିଧି ଟୁନା ନାୟକ,ଡ଼. ଆମ୍ବେଦକର ସାଂସ୍କୃତିକ ସଂଘ ସାଧାରଣ ସମ୍ପାଦକ ପଦ୍ମଚରଣ ନାୟକ ବିଜୟ ଗୌଡ଼, ମନୋଜ ବେହେରା, ସଞ୍ଜୟ ସାହୁ, ବ୍ଲକର ସରପଞ୍ଚ, ଜନ ମଙ୍ଗଳ ଯୁବକ ପ୍ରମୁଖ ଉପସ୍ଥିତରେ କାର୍ଯ୍ୟକ୍ରମ ସମାପନ ହୋଇଯାଇଛି l

Advertisement