Friday, September 25, 2026
ADVERTISEMENT
Home ଆଞ୍ଚଳିକ ଲୁହାଗୁଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶତବାର୍ଷିକୀ ଉତ୍ସବ।

ଲୁହାଗୁଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶତବାର୍ଷିକୀ ଉତ୍ସବ।

148
ADVERTISEMENT

ମୋହନା,୧୭/୧୨(ମୋହନ ଗୌଡ଼):-ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଲୁହାଗୁଡ଼ି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକୀ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ଜଗନ୍ନାଥ ସେଠୀଙ୍କ ପ୍ରତ୍ଯକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଗୋଷ୍ଠି ଉନ୍ନୟନ ଅଧିକାରୀ ତପସ୍ଵିନୀ ହାଁସଦା, ମୁଖ୍ୟବକ୍ତା ଗୋଷ୍ଠୀ ଶିକ୍ଷାଧିକାରୀ ଦେବଦାସ ତାମରାପୁ, ସ୍ଵତନ୍ତ୍ର ଅତିଥି ରଞ୍ଜିବ ଶବର,ସମ୍ମାନୀତ ଅତିଥି ଲୁହାଗୁଡି ସରପଞ୍ଚ କୈଳାସ ବଡରଇତ,ସମିତି ସଭ୍ୟା ମିନତୀ ଗମାଙ୍ଗ, ଏବିଓ କୁନାପାତ୍ର, ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ସର୍ବେଶ୍ଵର ଲୋହରା, ଶିକ୍ଷକ ଜୟସେଠୀ, ଦେବରାଜ ସେଠୀ ଓ ମିଳିତ ଶିକ୍ଷକ ସଂଘ ସଭାପତି କବିରାଜ ମଳିକ ପ୍ରମୁଖ ଯୋଗ ଦେଇଥିଲେ। ଅତିଥିମାନେ ନିଜ ବକ୍ତବ୍ୟରେ ବିଦ୍ୟାଳୟର ପୁରୁଣା ଇତିହାସ ,ପାଠପଢ଼ା , ବିଦ୍ୟାର୍ଥୀଙ୍କ ନିମନ୍ତେ ରାଜ୍ୟ ସରକାରଙ୍କ ସୁବିଧା ସୁଯୋଗ ଓ ଭିର୍ତ୍ତିଭୂମିର ବିକାଶ ସଂପର୍କରେ କହିଥିଲେ। ଶେଷରେ ଅତିଥିମାନଙ୍କ ଦ୍ଵାରା କୃତୀ ଛାତ୍ରଛାତ୍ରୀମାନଙ୍କୁ  ପୁରସ୍କୃତ କରାଯାଇଥିଲା।ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀ, କର୍ମଚାରୀ, ଗ୍ରାମବାସୀ ଓ ଅବିଭାବକମାନେ ଉତ୍ସବର ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Advertisement