Wednesday, October 14, 2026
ADVERTISEMENT
Home ଆଞ୍ଚଳିକ ଦୃବୁତ୍ତଙ୍କ ଲୁଟ ଉଦ୍ୟମ ଜାରି, ଇଟା ମାଡ଼ରେ ମହିଳା ଆହାତ l

ଦୃବୁତ୍ତଙ୍କ ଲୁଟ ଉଦ୍ୟମ ଜାରି, ଇଟା ମାଡ଼ରେ ମହିଳା ଆହାତ l

203
ADVERTISEMENT

ଜଗଦଳପୁର,୧୭/୧୨(ଇ .ରଞ୍ଜନ):- କୁକୁଡାଖଣ୍ଡି ସଦର ଥାନା ଅନ୍ତର୍ଗତ ଜଗଦଳପୁର ଗ୍ରାମରେ ଗତକାଲି ଲୁଟ ଉଦ୍ୟମ କରି ବିଫଳ ହୋଇ ଦୃବୁତ୍ତ କେ ଭାରତି ପାତ୍ର ନାମକ ଜଣେ ମହିଳାଙ୍କୁ ଲୁହା ସାହାଯ୍ୟରେ ଆକ୍ରମଣ କରି ଫେରାର ହୋଇଯାଇଥିବା ବେଳେ ଆଜି ଅନ୍ୟ ଜଣକ ଘରକୁ ଟାର୍ଗେଟ କରିଛନ୍ତି ଦୃବୁତ୍ତ l ଲୁଟ୍ କରିବା ଉଦ୍ଦେଶ୍ୟରେ ଆଉ ଜଣେ ମହିଳାଙ୍କ ମୁଣ୍ଡକୁ ଇଟା ମାଡ଼ କରି ଦୁର୍ବୁତ୍ତ ଫେରାର ହୋଇଯାଇଥିବା ସୂଚନା ମିଳିଛି ।ଉକ୍ତ ମହିଳା ଜଣକ ହେଲେ ବାବୁଲା ପାଢ଼ୀ ଙ୍କ ସ୍ତ୍ରୀ କବିତା ପାଢ଼ୀ l କବିତାଙ୍କ ସ୍ୱାମୀ କାର୍ଯ୍ୟବ୍ୟସ୍ତ ଓ ପୁଅ ଟିଉସନକୁ ଯାଇଥିବା ବେଳେ ଦୃବୁତ୍ତ ଜଣକ ଛାତଦେଇ ଘରକୁ ଓଲ୍ହେଇବା ସମୟରେ ମହିଳା ଜଣକ ଚିତ୍କାର କରିବା ରୁ ତାଙ୍କ ମୁଣ୍ଡରେ ଇଟା ସାହାଯ୍ୟରେ ଆକ୍ରମଣ କରିଥିବା ସୂଚନା l ବାରମ୍ବାର ଗ୍ରାମରେ ଡକାୟତ ଉଦ୍ୟମ କରି ମହିଳା ମାନେ ଆଘାତ ପାଇ ମୃତ୍ୟୁ ମୁଖର ସମ୍ମୁଖୀନ ହେବା ଆଶଙ୍କା ପ୍ରକାଶ ପାଉଛି l ପୋଲିସ ପ୍ରଶାସନ ପକ୍ଷରୁ ଏହାକୁ ରୋକିବା ପାଇଁ କଡା ପେଟ୍ରୋଲିଂ ଆବଶ୍ୟକତା ରହିଥିବା ବେଳେ କଡାକଡ଼ି ଜୋରଦାର କରିବା ପାଇଁ ଥାନା ଅଧିକାରୀ ନିମଖଣ୍ଡି ପାଣ୍ଡି ଅଧିକାରୀଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି l ଅନ୍ୟ ପଟେ ୨ ଦିନ ରେ ୨ ଟି ଘଟଣା ରହିଥିବାରୁ ଗ୍ରାମବାସି ଭୟଭିତରେ ରହିଥିବା ଜଣାପଡିଛି l

Advertisement