Friday, September 25, 2026
ADVERTISEMENT
Home ଆଞ୍ଚଳିକ ରାସ୍ତା ପାଲଟିଛି ମରଣଯନ୍ତା,ଭୋଟ ବର୍ଜନ ଚେତାବନୀ ଦେଲେ ଗ୍ରାମବାସୀ l

ରାସ୍ତା ପାଲଟିଛି ମରଣଯନ୍ତା,ଭୋଟ ବର୍ଜନ ଚେତାବନୀ ଦେଲେ ଗ୍ରାମବାସୀ l

138
ADVERTISEMENT

ମୋହନା,୧୬/୧୨(ମୋହନ ଗୌଡ଼):-ଜନସାଧାରଣଙ୍କ ମୌଳିକ ସମସ୍ୟାର ସମାଧାନ କରିବା ପାଇଁ ରାଜ୍ୟ ସରକାର ସର୍ବଦା ତପ୍ତର। ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ହୁଏ ଜନ ଅଭିଯୋଗ ଶୁଣାଣୀ ।ହେଲେ ମୌଳିକ ସୁବିଧା ପାଇବା ପାଇଁ ଲୋକେ ବାରମ୍ବାର ଅଭିଯୋଗ ଜଣାଇବା ପରେ ବି ପ୍ରଶାସନ କାହିଁକି ନିଦାବିଷ୍ଣୁ !
ଗଜପତି ଜିଲ୍ଲା ରା. ଉଦୟଗିରି ବ୍ଲକ ଅନ୍ତର୍ଗତ ରାମଗିରି ଠାରୁ ବଡ଼ଗାଁକୁ ସଂଯୋଗ କରୁଥିବା ପ୍ରାୟ ୧୨ କିମି ମରଣଜନ୍ତା ପାଲଟିଥିବା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଓ ବଡ଼ଗାଁ ବି.ନାୟକ ସାହିର ପାନୀୟଜଳ ଯୋଗାଣ ଅବ୍ୟବସ୍ଥାର ବିକଳ ଚିତ୍ର ।ଏହି ରାସ୍ତାକୁ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ୧୧କୋଟି ୧୩ ଲକ୍ଷ ୧୨ ହଜାର ଟଙ୍କା ଖର୍ଚ୍ଚରେ ୨୦୧୫ ମସିହାରେ ଠିକାଦାର ବୃନ୍ଦାବନ ସାହୁଙ୍କ ଦ୍ୱାରା କାର୍ଯ୍ୟ ଆରମ୍ଭ କରି ୨୦୧୬ ମସିହାରେ ଶେଷ କରିଥିଲେ ।ରାସ୍ତା କାର୍ଯ୍ୟ ସମାପ୍ତର ପାଞ୍ଚ ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ କରିବା ପାଇଁ ନିର୍ଦ୍ଦେଶ ରହିଛି । କିନ୍ତୁ ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ରକ୍ଷଣାବେକ୍ଷଣ ଅଭାବ ଓ ତିତଲି ମହାବାତ୍ୟା ପ୍ରଭାବରେ ରାସ୍ତାର ଅବସ୍ଥା ବର୍ତ୍ତମାନ ପାଲଟିଛି ମରଣଜନ୍ତା। ହେଲେ ଗ୍ରାମ୍ୟ ଉନ୍ନୟନ ବିଭାଗ ଏହି ଗାଁର ରାସ୍ତା ପୁନରୁଦ୍ଧାର କରିବାକୁ ଯେମିତି ଭୁଲି ଯାଇଛନ୍ତି । ଏହି ରାସ୍ତା ମରାମତି ପାଇଁ ନେତା ଓ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀରେ ବାରମ୍ବାର ଅଭିଯୋଗ ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଆଗାମୀ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି କହିଛନ୍ତି ଗ୍ରାମବାସୀ ।
ଅନ୍ୟପଟେ ଏହି ଗାଁରେ ୧୫୦ ପରିବାରର ୧ ହଜାରରୁ ଉର୍ଦ୍ଧ୍ବ ଜନସାଧାରଣ ବସବାସ କରୁଥିଲେ ମଧ୍ୟ ଅନେକ ସାହିକୁ ଭଲ ରାସ୍ତାଘାଟ ନିର୍ମାଣ ହୋଇନଥିବାବେଳେ ଗାଁରେ ପହଞ୍ଚି ପାରିନି ବସୁଧା ପାନୀୟ ଜଳ ଯୋଗାଣ ।ତେଣୁ ମହିଳା ମାନେ ପଥୁରିଆ ରାସ୍ତା ଦେଇ ଗାଁ ନିକଟ ପାହାଡକୁ ଯାଇ ମଣିଷେ ଉଚ୍ଚତାରୁ ପଡୁଥିବା ଟିକିଏ ଟିକିଏ ପାଣିକୁ ସଂଗ୍ରହ କରି ଆଣୁଛନ୍ତି ।ହେଲେ ଖରାଦିନ ହେଲେ ପାଣି ଶୁଖିଗଲେ ୧ କିମି ଦୂର ଯାଇ ଝରଣା ଜଳ ଆଣି ବ୍ୟବହାର କରୁଛନ୍ତି ।ହେଲେ ବିଶୁଦ୍ଧ ପାନୀୟ ଜଳଯୋଗାଣ ପାଇଁ କେହି ଦୃଷ୍ଟି ଦେଉନଥିବା ବେଳେ ସାତ ଆଠ ବର୍ଷ ତଳେ ଗଜପତି ଜିଲ୍ଲା ଆଇଟିଡିଏ ପକ୍ଷରୁ ପାନୀୟ ଜଳଯୋଗାଣ ନାମରେ କିଛି ସ୍ଥାନରେ ପାଇପ ବିଛାଇବା ସହ କିଛି ସିମେଣ୍ଟ କୁଣ୍ଡ ନିର୍ମାଣ କରି ଲକ୍ଷ ଲକ୍ଷ ଟଙ୍କା ହରିଲୁଟ୍ କରିଦେଇଥିବାରୁ ତାହା ମଧ୍ୟ ସବୁ ନଷ୍ଟ ହୋଇ ପଡି ରହିଛି । କିନ୍ତୁ ସେହି ପ୍ରକଳ୍ପ କେଵଳ ଠିକାଦାରଙ୍କୁ ପୋଷିବା ପାଇଁ ହୋଇଥିଲା ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ । ବହୁ ସମସ୍ୟା ମଧ୍ୟରେ ଅଞ୍ଚଳବାସୀ ଉବୁଡ଼ୁବୁ ହୋଇ ରହିଥିଲେ ମଧ୍ୟ ଆଗକୁ ବିକାଶର ଅନେକ ସ୍ୱପ୍ନ କେବେ ହେବ ପୂରଣ ସେ ନେଇ ଚାହିଁ ବସିଛନ୍ତି ବଡ଼ଗାଁ ଗ୍ରାମବାସୀ ।

Advertisement