Wednesday, October 14, 2026
ADVERTISEMENT
Home ଆଞ୍ଚଳିକ କୁକୁଡ଼ାଖଣ୍ଡି ବ୍ଳକରେ ଶିଶୁ ଉତ୍ସବ l

କୁକୁଡ଼ାଖଣ୍ଡି ବ୍ଳକରେ ଶିଶୁ ଉତ୍ସବ l

151
ADVERTISEMENT

କୁକୁଡ଼ାଖଣ୍ଡି,୧୫/୧୨(ଇ ରଞ୍ଜନ):-କୁକୁଡ଼ାଖଣ୍ଡି ବ୍ଲକ ଗୁରୁଣ୍ଠି ଯୁବଜୌତି ବିଦ୍ୟାପୀଠ ଗୁରୁଣ୍ଠି ଠାରେ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ତରଫରୁ ବ୍ଲକ ସ୍ତରୀୟ ଶିଶୁ ଉତ୍ସବ ପାଳିତ ହୋଇଯାଇଛି, ଏହି ଉତ୍ସବରେ ବ୍ଲକର ଏଗାରଟି ହାଇସ୍କୁଲରୁ ୧୧୮ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ l ବ୍ଲକର ଓଡିଶା ସ୍କୁଲ ମାଧ୍ୟମିକ ସଂଘର ସଭାପତି ଶ୍ରୀ କିରଣ କୁମାର ମିଶ୍ରଙ୍କ ସଭାପତିତ୍ବରେ ସଭା କାର୍ଯ୍ୟ ପରିଚାଲିତ ହୋଇଥିଲା l ସମ୍ପାଦକ ଶ୍ରୀ ଚନ୍ଦ୍ରଭାନୁ ନାୟକ ବାର୍ଷିକ ବିବରଣୀ ପାଠ କରିବାପରେ ମୁଖ୍ୟଅତିଥି କୁକୁଡ଼ାଖଣ୍ଡି ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ନୃସିଂହ ଚରଣ ମିଶ୍ର, ଜିଲ୍ଳା ପରିଷଦ ସଭ୍ୟା ଶ୍ରୀମତୀ ଭାରତୀ ନାୟକ, ସରପଞ୍ଚ ବି. ମାଗତା ପାତ୍ର, ସମିତି ସଭ୍ୟ କେ. ରାଜଲକ୍ଷ୍ମୀ ଦାସ, ଏସ୍. ଏମ ସି ସଭାପତି ଶ୍ରୀ କେଶବ ବେହେରା ଶିଶୁ ଉତ୍ସବର ପ୍ରତିଯୋଗିତାମୂଳକ ମନୋବଳର ଆବଶ୍ୟକତା ବିଷୟରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉଜ୍ୱଳକୁ ଭିତ୍ତିକରି ଆଶ୍ରିବଚନ ପ୍ରଦାନ କରିଥିଲେ l ଏହାପରେ ଜିଲ୍ଲା ସମ୍ପାଦକ ଶ୍ରୀ ବିଜୟ କୁମାର ବେହେରା ଛାତ୍ରଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ପ୍ରଦାନ କରି ଛାତ୍ର ଛାତ୍ରୀ ମାନଙ୍କ ଜିଲ୍ଳା ସ୍ତରରେ ଭାଗନେବା ପାଇଁ ମନୋବଳ ବଢ଼ାଇଥିଲେ l ସଭାପତି ଶ୍ରୀ ମିଶ୍ର କୃତି ଛାତ୍ରଛାତ୍ରୀ ମାନଙ୍କ ସହ, ଅଂଶ ଗ୍ରହଣ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ବହୁତ ପ୍ରସଂଶା କରିଥିଲେ, ପରେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିଲା l ପ୍ରତିଯୋଗି ମାନେ ଚିତ୍ରାଙ୍କନ, ତର୍କ, ଭାଷଣ, ଗଳ୍ପ ଲିଖନ, ଆବୃତ୍ତି, ପ୍ରବନ୍ଧ ଲିଖନ, କଣ୍ଠସଙ୍ଗୀତ, ନୃତ୍ୟ, ଏକକ ଅଭିନୟ, ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ l ବ୍ଲକସ୍ତର ପ୍ରତିଯୋଗିତାରେ ପ୍ରଥମ ଓ ଦ୍ଵିତୀୟ ସ୍ତାନ ଅଧିକାର କରିଥିବା ଛାତ୍ରଛାତ୍ରୀ, ଭଞ୍ଜନଗରରେ ହେବାକୁ ଥିବା ଜିଲ୍ଲା ସ୍ତର ରେ ଅଂଶଗ୍ରହଣ କରିବା ପାଇଁ ସ୍ଥିର କରାଯାଇଛି l ଅନ୍ୟମାନଙ୍କ ମଧ୍ୟରେ ହିମାଂଶୁ ଶେଖର ପଟ୍ଟନାୟକ, ଭିକାରୀ ଗୌଡ, ଅଶୋକ କୁମାର ଦଳାଇ, ଉପେନ୍ଦ୍ର କୁମାର ପାଢି, (ପ୍ରଧାନ ଶିକ୍ଷକ ହୁଗୁଳାପଟ୍ଟା) ପ୍ରମୁଖ ଉପସ୍ଥିତ ଥିଲେ l ଏବଂ ଏହି ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗ ଦ୍ଵାରା ଉତ୍ସବଟି ସଫଳ ହୋଇ ପାରିଛି ବୋଲି ପ୍ରଧାନ ଶିକ୍ଷକ ଜାଣଇଛନ୍ତି l

Advertisement