Monday, October 12, 2026
ADVERTISEMENT
Home ଆଞ୍ଚଳିକ ଡ୍ରେନକୁ ଖସିଲା କାର, ଅଳ୍ପକେ ବର୍ତିଲେ ଡ୍ରାଇଭର l

ଡ୍ରେନକୁ ଖସିଲା କାର, ଅଳ୍ପକେ ବର୍ତିଲେ ଡ୍ରାଇଭର l

122
ADVERTISEMENT

ଜଗଦଳପୁର,୧୨/୧୨(ଇ ରଞ୍ଜନ):-କୁକୁଡାଖଣ୍ଡି ବ୍ଲକ ଜଗଦଳପୁର ଗ୍ରାମ ନିକଟସ୍ଥ ଠାକୁରବାପା ଆଶ୍ରମ ଠାରେ ଏକ କାର ଯାହାର ନଂ ଓଡି 0୭ଜେଡ୧୨୧୩ କାରଟି ଡ୍ରେନରେ ଖସି ଦୃଘଟଣା ଗ୍ରସ୍ତ ହୋଇଛି l ସୂଚନା ଅନୁଯାୟୀ ଗାଡିଟି ରତ୍ନପୁରରୁ ଲୋଚାପୋଡ଼ା ଅଭିମୁଖେ ଯାଉଥିବା ବେଳେ ମୁଖ୍ୟ ରାସ୍ତାର ମରାମତି ଅଭାବ ସହ ଗତ କିଛି ବର୍ଷ ଧରି ସରକାରୀ ଅନୁଦାନରେ ଯେଉଁ ଡ୍ରେନ ନିର୍ମାଣ ହୋଇଥିଲା ତାହା ମରଣ ଯନ୍ତା ସଦୃଶ ପାଲଟିଥିଲା ଏବଂ ଦୀର୍ଘଦିନ ଧରି ଡ୍ରେନରେ ଆବର୍ଜନା ରହିଥିବା ସକାଶେ ଗାଡି ଡ୍ରାଇଭରଙ୍କୁ ସଠିକ ଭାବେ ଦେଖାଦେଇନଥିଲା l ଯାହା ଫଳରେ ଗାଡିଟି ନିୟନ୍ତ୍ରଣ ବାହାର ଯାଇ ଡ୍ରେନ ଭିତରକୁ ପ୍ରବେଶ କରିଥିଲା l ଡ୍ରାଇଭର ପ୍ରାଣ ଭୟରେ ଗାଡି ଛାଡି ଜାମ୍ପ ମାରିଥିଲେ l ଗାଡିର ବହୁ ଯନ୍ତ୍ରାଂଶ ଭାଙ୍ଗିଯିବା ସହ ଡ୍ରାଇଭର ସୁରକ୍ଷିତ ଥିବା ସୂଚନା l

Advertisement