Monday, October 12, 2026
ADVERTISEMENT
Home ଆଞ୍ଚଳିକ ପ୍ରଥମ ସମିତି ସଙ୍ଘ ବୈଠକ ଅନୁଷ୍ଠିତ।

ପ୍ରଥମ ସମିତି ସଙ୍ଘ ବୈଠକ ଅନୁଷ୍ଠିତ।

127
ADVERTISEMENT

କୁକୁଡ଼ାଖଣ୍ଡି,୧୨/୧୨(ଇ ରଞ୍ଜନ):-ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ବର୍ତ୍ତମାନ ବିଜେଡି ଗୋଷ୍ଠୀ କନ୍ଦଳ ବୃଦ୍ଧି ପାଉଥିବା ବେଳେ ଦଳୀୟ ନେତା ଓ କର୍ମୀଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି । କୁକୁଡାଖଣ୍ଡି ବ୍ଳକ ଅଧ୍ୟକ୍ଷଙ୍କ ବିରୋଧରେ ନିର୍ବାଚିତ ସମିତି ସଭ୍ୟସଭ୍ୟା ମାନେ ଏକତ୍ରିତ ହୋଇଛନ୍ତି । ରବିବାର ଦିନ ମାଁ ମହୁରୀ କାଳୁଆଙ୍କ ପୀଠରେ କୁକୁଡ଼ାଖଣ୍ଡି ବ୍ଲକର ସମିତି ସଙ୍ଘ ପକ୍ଷରୁ ପ୍ରଥମ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା ।ଏଥିରେ ସମିତି ସଭ୍ୟ ସଭ୍ୟାମାନେ ଏକ ସଂକଳ୍ପ ନେଇଛନ୍ତି ।ପ୍ରଥମ ସମିତି ବୈଠକ ଗତ ମଇ ମାସ ୧୯ ତାରିଖରେ ଅନୁଷ୍ଠିତ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ଦୀର୍ଘ ସାତ ମାସ ହେଲା ନହେବା ଏକ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ସମିତି ସଭ୍ୟ/ସଭ୍ୟା ମାନେ । ଆୟୋଜିତ ବୈଠକରେ ମୋଟ ୨୨ଜଣଙ୍କ ମଧ୍ୟରୁ ଅର୍ଦ୍ଧାଧିକ ସମିତି ସଭ୍ୟସଭ୍ୟା ଯୋଗଦେଇ ବ୍ଳକର ବିଭିନ୍ନ ପଞ୍ଚାୟତ ଉନ୍ନୟନ କାର୍ଯ୍ୟରେ ହୋଇଥିବା ବ୍ୟାପକ ଦୁର୍ନୀତି ପର୍ଦ୍ଦାଫାଶ କରିବାକୁ ଆରଟିଆଇ ଜରିଆରେ ସୂଚନା ମାଗିବା ସହ ଏକ ସପ୍ତାହ ମଧ୍ୟରେ ଯଦି ସମିତି ବୈଠକ ଅନୁଷ୍ଠିତ ନହୁଏ ତେବେ ବ୍ରହ୍ମପୁର ଉପଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କୁ ଭେଟିବା ନିଷ୍ପତ୍ତି ନେଇଥିଲେ ।

Advertisement