Sunday, October 11, 2026
ADVERTISEMENT
Home ଆଞ୍ଚଳିକ କୁକୁଡାଖଣ୍ଡିରେ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ l

କୁକୁଡାଖଣ୍ଡିରେ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ l

121
ADVERTISEMENT

କୁକୁଡାଖଣ୍ଡି,୧୧/୧୨(ଇ ରଞ୍ଜନ):- ବ୍ରହ୍ମପୁର କୁକୁଡାଖଣ୍ଡି ବ୍ଲକ କସ୍ତୁରୀବା ଗାନ୍ଧୀ ବାଳିକା ବିଦ୍ୟାଳୟ ପରିସରରେ ଆଜି ଜାତୀୟ ମାନବାଧିକାର ଦିବସ ଅବସରରେ ମହିଳାମାନଙ୍କ ମୌଳିକ ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ଆଇଏସଆରଡ଼ି ଏବଂ ୱାନ ସ୍ଟପ ସେଣ୍ଟର (ସଖୀ) ଓ ଜିଲ୍ଲା ପ୍ରଶାସକଙ୍କ ମିଳିତ ଆନୁକଲ୍ୟାରେ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ମହିଳାମାନଙ୍କ ମୌଳିକ ଅଧିକାର ବିଷୟରେ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଏଥିରେ ଗଞ୍ଜାମ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଲୀନ କୁମାରୀ ଖେସ, ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ନିଜକୁ ହିଂସା ମୁକ୍ତି କିପରି କରିପାରିବେ ତାହା ସହ ବାଲ୍ୟବିବାହ ମୁକ୍ତ କରି ଯୁବତୀଙ୍କୁ ୧୮ବର୍ଷରୁ ଉର୍ଦ୍ଧ ଏବଂ ଯୁବକଙ୍କୁ ୨୧ ବର୍ଷ ପରବର୍ତ୍ତୀ ସମୟରେ ବିବାହ ବନ୍ଧନରେ ଜଡିତ କରିବା ଉଦେଶ୍ୟରେ ଛାତ୍ରଛାତ୍ରୀଙ୍କ ସଚେତନତା କରାଯାଇଛି l ଆତ୍ମବିଶ୍ଵାସ ଦୃଢ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ଆହ୍ଵାନ ଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶୁଭଶ୍ରୀ ଭାବେ, ବ୍ଲକ ଉପାଦକ୍ଷା ବିଷ୍ଣୁପ୍ରିୟା ପାତ୍ର, ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ସଂଗୀତା ପାତ୍ର,କୁକୁଡାଖଣ୍ଡି ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ କୁସୁମ ସାହୁ, ଅତିରିକ୍ତ ସମାଜ କଲ୍ୟାଣ ଅଧିକାରୀ ସାଧନ ଚରଣ ଦାଶ, କୁକୁଡାଖଣ୍ଡି ଅତିରିକ୍ତ ତହସିଲ ଶୁଭସ୍ମିତା ଦାସ,ସିଆରସିସି, ହରେ କୃଷ୍ଣ ଗୌଡ କାର୍ଯ୍ୟକ୍ରମରେ ମଂଚାସୀନ ହୋଇ ଛାତ୍ରଛାତ୍ରୀ ମାନଙ୍କୁ ନିଜର ଅନୁଭୂତି ବଣ୍ଟନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ୱାନଷ୍ଟପ ମହେଶ୍ୱତା ପାଢ଼ୀ, ଅଙ୍ଗନବାଡି ସଭାପତି ମାଣିକେଶ୍ବରୀ ପଟ୍ଟନାୟକ, ଅମ୍ବିକା ସ୍ୱୟଂ ଚlଳିତ ଗ୍ରୁପ ସଭାପତି ପ୍ରମିଳା ଜେନାଙ୍କ ସମେତ ବହୁ ଅଙ୍ଗନବାଡି କର୍ମୀ,ଆବାସିକ ବିଦ୍ୟାଳୟ ଛାତ୍ରଛାତ୍ରୀ ଏବଂ କର୍ମଚାରୀ  ଉପସ୍ଥିତ ଥିଲେ l

Advertisement