Sunday, October 11, 2026
ADVERTISEMENT
Home ଆଞ୍ଚଳିକ ନିମଖଣ୍ଡି ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କ ମାଧ୍ୟାନ୍ନ ଭୋଜନରେ ଅନିୟମିତତା ଅଭିଯୋଗ l

ନିମଖଣ୍ଡି ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କ ମାଧ୍ୟାନ୍ନ ଭୋଜନରେ ଅନିୟମିତତା ଅଭିଯୋଗ l

155
ADVERTISEMENT

ନିମଖଣ୍ଡି,୧୦/୧୨(ଇ ରଞ୍ଜନ):-ବ୍ରହ୍ମପୁର କୁକୁଡାଖଣ୍ଡି ବ୍ଲକ ନିମଖଣ୍ଡି ପ୍ରାଥମିକ ବିଦ୍ୟାଳୟରେ ୧ମ ଶ୍ରେଣୀ ଠାରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଅଧୟନ ଚାଲିଥିବା ବେଳେ ପିଲାମାନଙ୍କୁ ମାଧ୍ୟାନ୍ନ ଭୋଜନ ସରକାରଙ୍କ ତରଫରୁ ବଣ୍ଟନ ହେଉଥିବା ବେଳେ ନିମଖଣ୍ଡି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ତାହାର ବ୍ୟତିକ୍ରମ ଦେଖାଦେଇଛି l ଆଜି ପିଲାମାନଙ୍କୁ ମାଧ୍ୟାନ୍ନ ଭୋଜନରେ ଅଣ୍ଡାଝୋଳ ସାଙ୍ଗକୁ ଭାତ ପରସୀଦେବା ନିମନ୍ତେ ନିର୍ଦେଶ ଥିବା ବେଳେ ବିଦ୍ୟାଳୟରେ ସ୍ୱଳ୍ପ ପରିମାଣରେ ତରକାରୀ ରନ୍ଧନ କରି ଭାତ ରୋଷେଇ କରି ପିଲାଙ୍କୁ ଶୁଖିଲା ଖାଦ୍ୟ ଦିଆଯାଉଥିବା ଦେଖା ଦେଇଛି l ବିଦ୍ୟାଳୟକୁ ଆଜି ୧୩0ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଯାଇଥିବା ବେଳେ ଉପସ୍ଥିତ ପିଲା ଅନୁଯାୟୀ ରୋଷଇ ହେଉନଥିବା ଅଭିଯୋଗ ହୋଇଛି l ଏସମ୍ପର୍କରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଆଶାରାଣୀ ପଟ୍ଟନାୟକଙ୍କୁ ପଚାରିବୁଝିବାରୁ ପିଲାମାନଙ୍କୁ ସଠିକ ଭାବେ ଖାଦ୍ୟ ପରସା ଯାଉଥିବା ନେଇ ସଫେଇଦେଲେ l ବିଦ୍ୟାଳୟରେ ପିଲାମାନଙ୍କୁ ରୋଷେଇ କାର୍ଯ୍ୟରେ ଥିବା ୨ ଜଣ ରୋଷେଇୟା ରହିଥିବା ବେଳେ ଜଣେ କିଛି ଦିନପୂର୍ବେ ରୋଷଇ କାର୍ଯ୍ୟରୁ ନିବୃତ ଥିବା ପ୍ରଧାନ ଶିକ୍ଷୟତ୍ରୀ କହିଛନ୍ତି l ଏବଂ ବିଦ୍ୟାଳୟରେ ଶିକ୍ଷକ ଅଭାବ ସାଙ୍ଗକୁ ଦୀର୍ଘଦିନ ଧରି ପାଚେରୀ ଭାଙ୍ଗି ପଡିଥିବାରୁ ପିଲାଙ୍କ ପ୍ରତି ବିପଦ ଆଶଙ୍କା କରି ପଚାରି ନିର୍ମାଣ ନିମନ୍ତେ ପ୍ରଧାନ ଶିକ୍ଷୟତ୍ରୀ ଦାବି କରିଛନ୍ତି l ସେହିପରି ନିମଖଣ୍ଡିରେ ଥିବା ବହୁ ପୁରାତନ ଶ୍ରୀ କୃଷ୍ଣ ସାହୁ ଉଚ୍ଚ ବିଦ୍ୟାଳୟରେ ମଧ୍ୟ ସମସ୍ୟା ବଢି ବଢି ଯାଉଥିବା ବେଳେ ସେଠାରେ ଥିବା ପ୍ରଧାନ ଶିକ୍ଷକ ହରିହର ପଣ୍ଡା ବିଦ୍ୟାଳୟ ସମ୍ଭାଳିବା ଦକ୍ଷତା ବାହାରେ ଥିବାରୁ ବିଦ୍ୟାଳୟ ସମସ୍ୟା ବଡ଼ି ନାନା ଅସୁବିଧା ରେ ସମ୍ମୁଖୀନ ହେଉଛି l ବିଦ୍ୟାଳୟ ଏନେଇ ନୂତନ ଭାବେ ଆସିଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଅବଗତ କରିବାରୁ ଶିକ୍ଷା ଅଧିକାରୀ ନୁର୍ସିଙ୍ଗ ଚରଣ ମିଶ୍ର ବିଦ୍ୟାଳୟକୁ ଯାଇ ପରିସ୍ଥିତି ଉପରେ ସ୍ଥିତି ଅନୁଧ୍ୟାନ କରିବେ ବୋଲି କହିଛନ୍ତି l

Advertisement