ଚିଲିକା,୧୭/୮(ଏଜେନସି): ଚିଲିକାରେ ମାଲେସିଆ ଜାହାଜ ଅଟକିବା ଘଟଣାରେ ପ୍ରତିକ୍ରିୟା ରଖିଲେ ଜଙ୍ଗଲ ଓ ପରିବେଶ ବିଭାଗ ସଚିବ ସୁରେଶ ମହାପାତ୍ର। ଜାହାଜ ଯୋଗୁଁ ଚିଲିକା ପାଇଁ ବିପଦ ରହିଛି ବୋଲି ସଚିବ କହିଛନ୍ତି । ତେଲ ଲିକ ହେଲେ ଚିଲିକା ପାଇଁ ବିପଦ ସୃଷ୍ଟି ହେବ ତେଣୁ ଜାହାଜକୁ ଖୁବ ଶୀଘ୍ର ସ୍ଥାନାନ୍ତରଣ କରାଯିବ ବୋଲି ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି । ଜାହାଜ ତେଲ ଟାଙ୍କିରେ ୩୦ ହଜାର ଲିଟର ଡିଜେଲଥିବାରୁ ତେଲ ଲିକ୍ ଆଶଙ୍କା ଥିବା ଚିଠି ଲେଖିଥିଲା କୋଷ୍ଟଗାର୍ଡ । ଏଠାରେ ସୂଚନା ଥାଉ କି ଜାହାଜଟି ମାଲେସିଆରୁ ଲୁହାପଥର ଓ ମାଙ୍ଗାନିଜ ଆଣିବାକୁ ବାଂଲାଦେଶ ଯାଉଥିଲା। ଯାନ୍ତ୍ରିକ ତ୍ରୁଟି ଅବା ଦିଗହରା ହୋଇ ଯୋଗୁଁ ଓଡ଼ିଶା ଉପକୂଳ ଗଞ୍ଜାମ ଜିଲ୍ଲାର ଗୋପାଳପୁର ନିକଟ ସମୁଦ୍ର ତଟ ଦେଇ ଗତ ୯ ତାରିଖରେ ଏକ ମାଲବାହୀ ଜାହାଜ ଚିଲିକାରେ ଅଟକିଛି ।


















