Saturday, October 10, 2026
ADVERTISEMENT
Home ଆଞ୍ଚଳିକ ଗଞ୍ଜାମ ଜିଲ୍ଲା ନିଖିଳ ଓଡିଶା ପ୍ରାଥମିକ ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ ସଂଘ ତରଫରୁ ପ୍ରେମନଗରସ୍ଥିତ ଶିକ୍ଷକ...

ଗଞ୍ଜାମ ଜିଲ୍ଲା ନିଖିଳ ଓଡିଶା ପ୍ରାଥମିକ ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ ସଂଘ ତରଫରୁ ପ୍ରେମନଗରସ୍ଥିତ ଶିକ୍ଷକ ଭବନଠାରେ ସ୍ଵନକ୍ଷତ୍ର ଦିବସ ପାଳନ l

130
ADVERTISEMENT

ବ୍ରହ୍ମପୁର,o୫/୧୨(ଇ ରଞ୍ଜନ):-ନିଖିଳ ଓଡିଶା ପ୍ରାଥମିକ ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ ସଂଘର ଗଞ୍ଜାମ ଜିଲ୍ଲା ଶାଖା ତରଫରୁ ପ୍ରେମନଗରସ୍ଥିତ ଶିକ୍ଷକ ଭବନଠାରେ ସଂଗଠନର ସ୍ଵନକ୍ଷତ୍ର ଦିବସ ପାଳନ କରାଯାଇଥିଲା l ଏହି ସଭାରେ ଜିଲ୍ଲାର ପୂର୍ବତନ ସମ୍ପାଦକ ସ୍ବର୍ଗତ ଦୁର୍ଗାପ୍ରସାଦ ପଣ୍ଡାଙ୍କ ସଂଘପ୍ରତି ବଳିଦାନ ସହ ଅମର ଆତ୍ମାର ସଦଗତି ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା l ଉପସ୍ଥିତ ସମସ୍ତ ଶିକ୍ଷକ ନେତୃବୃନ୍ଦ ସଂଘର ସ୍ଥାପନା, ସଫଳତା ସମ୍ବନ୍ଧରେ ଆଲୋକପାତ କରିଥିଲେ l ଭବିଷ୍ୟତରେ ପ୍ରାଥମିକ ସ୍ତରରେ ଥିବା ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକମାନଙ୍କ ଉନ୍ନତି କଳ୍ପେ ସଂଘ ବଦ୍ଧ ପରିକର ଥିବା କଥା ଯୋନାଲ ସମ୍ପାଦକ ଶ୍ରୀ ନିରଞ୍ଜନ ପଣ୍ଡା ଶିକ୍ଷକମାନଙ୍କୁ ନିର୍ଭର ପ୍ରତିଶୃତି ଦେବା ସହ ଆଗାମୀ ଦିନରେ ସଂଘର ସଭ୍ୟ ସଂଖ୍ୟା ବୃଦ୍ଧି ନିମନ୍ତେ ସମସ୍ତ ସଦସ୍ୟଙ୍କୁ ଗୁରୁତ୍ୱ ଦେବା ପାଇଁ ପ୍ରବାର୍ତ୍ତାଇ ଥିଲେ l ଶିକ୍ଷକମାନଙ୍କ ବିଭିନ୍ନ ସମସ୍ୟା ଯଥା ସଂଶୋଧିତ ଘରଭଡା ପ୍ରଦାନ, ଷ୍ଟେପ ଅପ ସହ ଶିକ୍ଷକଙ୍କ କ୍ୟାଡର ତାଲିକା ପ୍ରକାଶନରେ ଟାଳଟୁଳ ନୀତିକୁ ବାରମ୍ବାର ଜିଲ୍ଲା ଶିକ୍ଷାଧିକାରିଣୀଙ୍କ ଦୃଷ୍ଟି ଆକର୍ଷଣ ସ୍ଵତେ କିଛି ପଦକ୍ଷେପ ନିଆ ନଯିବାରୁ ସମସ୍ତେ କ୍ଷୋଭ ପ୍ରକାଶ ପାଇଥିଲା l ଏ ଦିଗରେ ତୁରନ୍ତ ପଦକ୍ଷେପ ନେବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ, ବାଚସ୍ପତି ଓ ଜିଲ୍ଲାର ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ସ୍ଥିର କରାଗଲା l ଶେଷରେ ଉଭୟ ପୂର୍ବତନ ଜିଲ୍ଲା ସଭାପତି ଶ୍ରୀ ପ୍ରଫୁଲ୍ଲ ଦାଶ ଓ ସାଧାରଣ ସମ୍ପାଦକ ଶ୍ରୀ ନାରାୟଣ ସାହୁଙ୍କୁ ଧନ୍ୟବାଦ ଅର୍ପଣ ପୂର୍ବକ ସଭା ସାଙ୍ଗ କରାଯାଇଥିଲା l

Advertisement